“ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: 3.5 କୋଟିରୁ ଅଧିକ ଲୋକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା”

“ଓଡ଼ିଶାରେ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନା ଯୋଜନାର ଉଦଘାଟନ ହେଲା। ଏହି ଯୋଜନା ଦ୍ୱାରା ୩.୫କୋଟି ଓଡ଼ିଆ ଲୋକ ପାଇଁ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ। ଏବେ ପ୍ରତ୍ୟେକ ହିତାଧିକାରୀ ପାଇଁ ଅଲଗା ସ୍ୱାସ୍ଥ୍ୟ କାର୍ଡ ଓ ଉଚ୍ଚ ମୂଲ୍ୟର ଚିକିତ୍ସା ସାହାଯ୍ୟ।”
ଭୁବନେଶ୍ୱର ୧୧|୦୪: ନିଶେଷ ହେଲା ସମସ୍ତ ପ୍ରତୀକ୍ଷା—ଓଡ଼ିଶାରେ ଏବେ ଲୋକାର୍ପିତ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଅନୁଷ୍ଠାନିକ ଶୁଭାରମ୍ଭ ହେବ। ରାଜ୍ୟର 3.5 କୋଟିରୁ ଅଧିକ ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସେବା ଯୋଗାଇବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯିବ।
ଏହି ଅବସରରେ କଟକର ବିଶିଷ୍ଟ ବାଲିଯାତ୍ରା ପଡ଼ିଆରେ ଏକ ବିଶାଳ ଆୟୋଜନ ହେଉଛି, ଯେଉଁଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଉପସ୍ଥିତ ରହିବେ ଏବଂ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନାର ଉଦଘାଟନ କରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଙ୍ଗା ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି।
ଏହି ଅନୁଷ୍ଠାନ ଅବସରରେ ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଠାରେ ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିବେ।
ରାଜ୍ୟରେ ତିନୋଟି ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେବା ସହିତ, ଓଡ଼ିଶାର ଲୋକମାନେ ଏବେ ମାଗଣା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ଉପଭୋଗ କରିବେ। ଏହି ଯୋଜନାଗୁଡ଼ିକ ଆରମ୍ଭ ହେବା ସମୟରେ, ରାଜ୍ୟର ସମସ୍ତ ୧,୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯିବ।
ଆକଳନ କରାଯାଇଛି ଯେ, ଏହି ତିନୋଟି ଯୋଜନାରୁ ପ୍ରାୟ ୩.୫ କୋଟି ଲୋକ ଉପକୃତ ହେବେ, ଯାହା ୧.୩ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରିବ। ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜୀକୃତ କରାଯିବ – ଏହି ଲୋକଙ୍କ ସଂଖ୍ୟା ପ୍ରାୟ ୨୩ ଲକ୍ଷ ୧୩ ହଜାର।
Also Read: “ବାଲେଶ୍ୱର ରିଜର୍ଭ ପୋଲିସର ଯୁବତୀ କନଷ୍ଟେବଳ ଯଶୋଦା ଦାସ ଦୁଃଖଦ ମୃତ୍ୟୁ”: ଆତ୍ମହତ୍ୟା ପଛରେ ପ୍ରେମ ବିଫଳତା ସନ୍ଦେହ
ଏହା ସହିତ, ଏହି ଯୋଜନାରେ ୬ ଲକ୍ଷ ନୂତନ ହିତାଧିକାରୀଙ୍କ ସହିତ ୧୭ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଯେଉଁମାନେ ପୂର୍ବରୁ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଅଧୀନରେ ପଞ୍ଜୀକୃତ ହୋଇଥିଲେ।
ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ପରିବାର ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତା ପାଇବାକୁ ହକଦାର ହେବେ। ଏହା ବ୍ୟତୀତ, ପରିବାରର ଜଣେ ମହିଳା ହିତାଧିକାରୀଙ୍କୁ ଚିକିତ୍ସା ସେବା ଭାବରେ ଅତିରିକ୍ତ ୫ ଲକ୍ଷ ଟଙ୍କା ଦିଆଯିବ, ଯାହା ମୋଟ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରେ।
ଏବେ ଗୋଟିଏ ପରିବାରରେ ଯଦି ୭୦ ବର୍ଷ ବା ତାହାଠାରୁ ଅଧିକ ବୟସର ଏକ ହିତାଧିକାରୀ ରହିଛନ୍ତି, ତେବେ ସେହି ପରିବାର ପାଇଁ ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେବ। ପୂର୍ବରୁ ଯେଉଁଠି ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା, ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ନିଜ ନାମରେ ଏକ ଅଲଗା କାର୍ଡ ଦିଆଯିବ।
ଏହା ମାଧ୍ୟମରେ, ଓଡ଼ିଶା ବାହାରେ ଥିବା ହିତାଧିକାରୀମାନେ ମଧ୍ୟ ସୁବିଧାଜନକ ଭାବରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ। ବାର୍ଦ୍ଧକ୍ୟ ପେନସନ ଯୋଜନାର ହିତାଧିକାରୀମାନେ ବିଶେଷ ଭାବରେ ସେମାନଙ୍କ ପାଇଁ ଏକ ପୃଥକ କାର୍ଡ ପାଇବେ।
ପୂର୍ବରୁ, ରାଜ୍ୟର କେବଳ ୯୦୦ ତାଲିକାଭୁକ୍ତ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ଥିଲା, ଯେତେବେଳେ ବର୍ତ୍ତମାନ ସାରା ଭାରତରେ 29 ହଜାରରୁ ଅଧିକ ପ୍ରମୁଖ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଉପଲବ୍ଧ ହେବ।
ଗୁରୁତ୍ୱପୂର୍ଣ୍ଣ ଅତିଥିମାନଙ୍କୁ ମୁଖ୍ୟ ମଞ୍ଚରେ ବସାଇବେ, ଯେତେବେଳେ ଅନ୍ୟ ଦୁଇଟି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ବିକାଶ ସାଢ଼େ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ, ଓ ଅତିଥିମାନେ ଦିନ ୨ଟା ସମୟରେ ପଡ଼ିଆ ମଧ୍ୟରେ ପହଞ୍ଚିବେ।
ତିନୋଟି ଯୋଜନାର ରାଜ୍ୟସ୍ତରୀୟ ଉଦଘାଟନ କଟକ, ବାଲିଯାତ୍ରା ପଡିଆରେ ହେବ। କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା ଆଜି (ଶୁକ୍ରବାର ଦିନ) ଅପରାହ୍ନ ୧ ଟାରେ ଭୁବନେଶ୍ୱରରେ ଉପସ୍ଥିତ ରହିବେ। ସେଠାରୁ ସେ ସିଧାସଳଖ କଟକ ଯିବେ ଏବଂ ଆୟୁଷ୍ମାନ ଭାରତ ଯୋଜନାର ସାର୍ବଜନୀନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ପରେ, ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ପ୍ରତିଷ୍ଠାନ ‘ଶିଶୁ ଭବନ’ ଦ୍ୱାରା ନୂତନ ଭାବରେ ନିର୍ମିତ ସାତ ମହଲା ବିଶିଷ୍ଟ କୋଠାର ଉଦଘାଟନ କରିବେ, ଯେଉଁଠାରେ ସମ୍ପୂର୍ଣ୍ଣ ଏବଂ ଆଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ। ଆସନ୍ତା କାଲି (୧୨ ଏପ୍ରିଲ) ରେ ଶ୍ରୀ ନଡ୍ଡାଙ୍କ ସିପେଟ୍ ଓ ଏମ୍ସ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ପୁରୀରେ ଆୟୋଜିତ ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।