SRH vs PBKS, IPl 2025: “ଅଭିଷେକ ଶର୍ମାଙ୍କ ସାନଦାର ଶତକ ବଳରେ ୮ ୱିକେଟରେ ଜିତିଲା SRH”

ହାଇଦ୍ରାବାଦ ୧୨|୦୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ଏବଂ ଟ୍ରାଭିସ୍ ହେଡ୍ଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସନ୍ରାଇଜର୍ସ ହାଇଦ୍ରାବାଦ ଗତକାଲିର ମ୍ୟାଚ୍ ରେ ପଞ୍ଜାବ କିଙ୍ଗ୍ସକୁ ୮ ଟି ୱିକେଟ୍ ରେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ ହରାଇ ମାତ୍ର ୨୪୫ ରନ୍ କରିପାରିଥିଲା, ଯାହା ଫଳରେ ସନ୍ରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।
ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବଂ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ତୀବ୍ର ଆକ୍ରମଣ ଆରମ୍ଭ କରିଥିଲେ। ଦଳର ୨ ଓପନର – ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ୍ ସିଂହ – ସେମାନେ ମାତ୍ର ୪ ଓଭରରେ ୬୬ ରନର ଦକ୍ଷ ମିଳିତ ଭାଗୀଦାରି କରିଥିଲେ। ପ୍ରିୟାଂଶ ମ୍ୟାଚ୍ ପୂର୍ବରୁ ତାଙ୍କର ସ୍ଥିରତା ଦେଖାଇଥିଲେ; ଏବଂ, ସେ ଏକ ଆକ୍ରମଣାତ୍ମକ ଭୂମିକା ମଧ୍ୟ ନିର୍ବାହ କରୁଥିଲେ। ସେ ବିଶ୍ୱର କିଛି ଶ୍ରେଷ୍ଠ ବୋଲର, ପ୍ୟାଟ୍ କମିନ୍ସ ଏବଂ ମହମ୍ମଦ ସାମିଙ୍କୁ ଅସହାୟ ଭାବରେ ପିଟି ଚାଲିଥିଲେ। ପ୍ରିୟାଂଶ ଆର୍ଯ୍ୟ ଚତୁର୍ଥ ଓଭରର ଶେଷ ବଳରେ ନିଜର ୱିକେଟ୍ ହରାଇ ଥିଲେ, ଯେଉଁଥିରେ ସେ 13 ବଲ୍ ରେ ମାତ୍ର ୨ ଚୌକା ଏବଂ ୪ ଛକା ସହାୟତାରେ ୩୬ ରନ କରିଥିଲେ।
ତା’ଙ୍କ ପରେ, ଶ୍ରେୟସ ଆୟର ପଡିଆକୁ ଓଲ୍ହାଇଥିଲେ ଏବଂ ପ୍ରଭସିମରନ୍ ସହିତ ଆକ୍ରମଣ ଜାରି ରଖିଥିଲେ। ପ୍ରଭସିମରନ୍ ୨୩ ବଲ୍ ରୁ ୪୨ ରନ (୭ ଚୌକା ଏବଂ ୧ ଛକା) ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ। ପରେ କିଛି ୱିକେଟ୍ ପଡ଼ିଥିଲେ ମଧ୍ୟ ଆୟର ଗୋଟିଏ ପାର୍ଶ୍ୱରୁ ଆକ୍ରମଣ ଜାରି ରଖିଥିଲେ ଏବଂ ଦଳର ସ୍କୋରକୁ ୨୦୦ ଉପରେ ପହଞ୍ଚାଇଥିଲେ। ସେ ୩୬ ବଲ୍ ରୁ ୬ ଚୌକା ଏବଂ ୬ ଛକା ସହିତ ୮୨ ରନ୍ କରିଥିଲେ। ମ୍ୟାଚ୍ ର ଶେଷ ଭାଗରେ, ମାର୍କସ୍ ଷ୍ଟୋଏନେସ୍ କେବଳ ୧୧ ବଲ୍ ରେ ୩୪ ରନ୍ କରି ଦଳକୁ ୨୪୫ ରନର ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ।
୧୨୦ ବଲରେ ୨୪୬ ରନର ଲକ୍ଷ୍ୟ ଦେଖି ଅନେକଙ୍କୁ ଏହା ଅସମ୍ଭବ ମନେ ହୋଇଥିଲା, କିନ୍ତୁ ସନରାଇଜର୍ସ ହାଇଦ୍ରାବାଦର ତୀବ୍ର ଆକ୍ରମଣାତ୍ମକ ବ୍ୟାଟିଂ ସାମର୍ଥ୍ୟ ପୂର୍ଣ୍ଣ ଭାବରେ ଏହାକୁ ସମ୍ଭବ କରି ଦେଖାଇଦେଲା। ଟ୍ରାଭିସ ହେଡ୍ ଏବଂ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ନେଇ ପଡିଆ ମଧ୍ୟକୁ ଓଲ୍ହାଇଥିଲେ ଏବଂ ସେମାନେ ପଞ୍ଜାବ କିଙ୍ଗସର ବୋଲିଂ ଲାଇନଅପ୍ ଉପରେ ନିଷ୍ଠୁର ଭାବରେ ଆକ୍ରମଣ କରି ଚାଲିଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅନେକ କ୍ୟାଚ୍ ହାତଛାଡ଼ା ହେବା ତାଙ୍କ ପାଇଁ ଅଧିକ ଲାଭକାରୀ ହୋଇଥିଲା।
Also Read: IPL 2025, MI vs DC: “କରୁଣ ନାୟାରଙ୍କ ଅବିସ୍ମର ବ୍ୟାଟିଂ ସତ୍ତେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ”
ଅଭିଷେକ ଶର୍ମା ୨୮ ରନରେ ଥିବା ବେଳେ, ସେ ୟଶ ଠାକୁରଙ୍କ ବଲ୍ ରେ ବାଉଣ୍ଡରୀ ମାରିବାକୁ ଚେଷ୍ଟା କରିଥିଲେ ଏବଂ ସେଠାରେ କ୍ୟାଚ୍ ହୋଇଥିଲେ, କିନ୍ତୁ କୌଣସି ବଲ୍ ଦିଆ ଯାଇ ନଥିଲା, କାରଣ ସେହି ବଲଟି ନୋ ବଲ ଥିଲା, ଯାହା ତାଙ୍କୁ ଆଉ ଏକ ଲାଇଫ ଦେଇଥିଲା। ଏହା ପରେ, ସେ ଧୀର ହୋଇ ନଥିଲେ ଏବଂ ଭୂମିରେ ବାଉଣ୍ଡରୀ ବର୍ଷା କରିଚାଲିଥିଲେ। ଏହା ତାଙ୍କ ଏବଂ ହେଡଙ୍କ ମଧ୍ୟରେ ଅସଧାରଣ ୧୭୧ ରନର ଓପନିଂ ପାର୍ଟନର୍ସିପ ଗଠିତ ହୋଇଥିଲା, ଯାହା ମ୍ୟାଚ୍ର ରୂପରେ ପରିବର୍ତ୍ତନ ଆଣିଥିଲା।
ଶେଷରେ, ଇନିଂସର ୧୩ ତମ ଓଭରରେ, ଦଳର ସ୍କୋର ୧୭୧ ଥିବା ବେଳେ ହେଡ୍ ୟୁଜଭେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ସେ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂରେ ୩୭ ବଲ୍ ରେ ୬୬ ରନ କରିଥିଲେ, ଯେଉଁଥିରେ ୯ ଚୌକା, ୩ ଛକା ସାମିଲ ଥିଲା।
It takes a next level of confidence on yourself where you keep a handwritten note in pocket and then go on ground score a century to make it public. Abhishek Sharma has just delivered a blockbuster. Directly coming from Telugu movie script. pic.twitter.com/fWDWSLp89A
— EngiNerd. (@mainbhiengineer) April 12, 2025
ଅଭିଷେକ ଶର୍ମା ୪୦ଟି ବଲରେ ତାଙ୍କର ଶତକ ଅର୍ଜନ କରିଥିଲେ। ଏବଂ ବିସ୍ଫୋରକ ଇନିଂସ୍କୁ ଜାରି ରଖିଥିଲେ। ତାଙ୍କ ଶକ୍ତିଶାଳୀ ଶଟ୍ଗୁଡ଼ିକ କେବଳ ଚୌକା ଓ ଛକା ରୂପେ ବ୍ୟକ୍ତିତ ହେଉଥିଲା। ସେ ଦଳୀୟ ସ୍କୋରକୁ ୧୬ ଓଭର ପର୍ଯ୍ୟନ୍ତ ୨୧୮ରେ ପହଞ୍ଚାଇଥିଲେ, ଯେଉଁଠାରେ ମାଚ୍ ବିଜୟ ସ୍ପଷ୍ଟ ଲକ୍ଷ୍ୟ ହୋଇଥିଲା। ଆଉ ଚାରି ଓଭର ବାକି ଥିଲା, ଯେଉଁଥି ପାଇଁ ସେମାନଙ୍କୁ କେବଳ ୨୮ ରନ୍ ଆବଶ୍ୟକ ଥିଲା। ସେହି ସମୟରେ, ଅର୍ଶଦୀପ ସିଂହ ଅଭିଷେକ ଶର୍ମାଙ୍କ ମୂଲ୍ୟବାନ ୱିକେଟ୍ ନେଇ ଷ୍ଟାଡିୟମକୁ ଶାନ୍ତ କରିଦେଇଥିଲେ। ଅଭିଷେକ ଶର୍ମା ୫୫ ବଲ୍ ରେ ୧୪୧ ରନ୍ କରିଥିଲେ, ୧୪ ଚୌକା ଏବଂ ୧୦ ଛକା ମାରି ମ୍ୟାଚ୍ ର ସମନ୍ୱୟକୁ ସମ୍ପୂର୍ଣ୍ଣ ଓଲଟପାଲଟ କରି ଦେଇଥିଲେ।
Kavya Maran congratulating Abhishek Sharma’s family. 🥹
– Moment of the day! ❤️pic.twitter.com/BqlelGoXdu
— Mufaddal Vohra (@mufaddal_vohra) April 12, 2025
ଶେଷରେ, ହେନରିକ କ୍ଲାସେନ (21 ରନ୍) ଏବଂ ଇଶାନ କିଶାନ (9 ରନ୍) ଅପରାଜିତ ରହି ସନରାଇଜର୍ସ ହାଇଦ୍ରାବାଦକୁ ବିଜୟୀ କରାଇଥିଲେ।