Sanam Teri Kasam: ନିର୍ଦ୍ଦେଶକଙ୍କ ବଡ ଖୁଲାସା ୨୦୨୬ ମସିହାରେ ପ୍ରେମ ଏବଂ ପ୍ରତିଶ୍ରୁତିର ଆଉ ଏକ କାହାଣୀ ଆସିବାକୁ ଯାଉଛି।

ଫିଲ୍ମ ‘ସନମ୍ ତେରୀ କସମ୍’ର ସିକ୍ୱେଲକୁ ଅପେକ୍ଷା କରୁଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଏହାର ରିଲିଜ୍ ତାରିଖ ବିଷୟରେ ନୂତନ ସୂଚନା ସାମ୍ନାକୁ ଆସିଛି।
୨୦୧୬ ରେ ପରଦାକୁ ଆସିଥିବା ହର୍ଷ ବର୍ଦ୍ଧନ ରାଣେ ଏବଂ ମୱାରା ହୁସେନଙ୍କ ଅଭିନୀତ “ସନମ୍ ତେରୀ କସମ୍” ଚଳିତ ମାସରେ ପୁନଃ ମୁକ୍ତିଲାଭ କରିଥିଲା। ଏବଂ ଦର୍ଶକଙ୍କ ତରଫରୁ ତାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଦ୍ଵିତୀୟ ଭାଗ ବହୁ ପୂର୍ବରୁ ଘୋଷଣା କଲେ ମଧ୍ୟ ବର୍ତ୍ତମାନ ଏହାର ରିଲିଜ ଡେଟ ଉପରେ ବଡ ଅପଡେଟ ଆସିଛି।
ପ୍ରଥମ ଥର 2016 ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସନମ୍ ତେରୀ କସମ୍’ କୁ ଅଧିକ ପ୍ରତିକ୍ରିୟା ମିଳିନଥିଲା। ଏବଂ ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା। ନିକଟରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏହି ଫିଲ୍ମ ପୁନଃ ମୁକ୍ତିଲାଭ କରିଥିଲା। ଏବଂ ଏଥର ଏହା ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ନିର୍ଦ୍ଦେଶକମାନେ ହର୍ଷବର୍ଦ୍ଧନ ରାଣେ ଏବଂ ମୱାରା ହୁସେନଙ୍କ ରୋମାଣ୍ଟିକ ଚଳଚ୍ଚିତ୍ରର ସିକ୍ୱେଲ ରିଲିଜ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଫିଲ୍ମ ‘ସନମ୍ ତେରୀ କସମ୍’ ର ନିର୍ଦ୍ଦେଶକ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଫିଲ୍ମର ଦ୍ୱିତୀୟ ଭାଗ ପ୍ରାୟ ପ୍ରସ୍ତୁତ। ଏବଂ ଏହା ଆସନ୍ତା ବର୍ଷ ଭାଲେଣ୍ଟାଇନ୍ସ ଡେ’ ରେ ମୁକ୍ତିଲାଭ କରିପାରିବ। ରାଧିକା ରାଓ ଏବଂ ବିନୟ ସାପ୍ରୁ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେମାନେ ପ୍ରଥମ ଚଳଚ୍ଚିତ୍ରର କାହାଣୀ ଲେଖୁଥିଲେ, ସେମାନେ ଏହାକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚିନ୍ତା କରିଥିଲେ। ନିର୍ଦ୍ଦେଶକମାନେ ସୂଚାଇ ଦେଇଛନ୍ତି ଯେ ‘ସନମ୍ ତେରୀ କସମ୍ 2′ ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଛି। ଏବଂ ଭାଲେଣ୍ଟାଇନ୍ସ ଡେ’ ରେ ପ୍ରଥମ ଚଳଚ୍ଚିତ୍ରର ପୁନଃ ରିଲିଜ୍ ପରେ ଦର୍ଶକଙ୍କ ଠାରୁ ବହୁତ ସାରା ଭଲ ପାଇବା ମିଳିଛି ତାକୁ ବିଚାରକୁ ନେଇ ଆଗାମୀ ଭାଲେଣ୍ଟାଇନ୍ସ ଡେ: 2026 ଫେବୃଆରୀ ସୁଦ୍ଧା ରିଲିଜ୍ ପାଇଁ ସିକ୍ୱେଲ୍ ଆଣିପାରନ୍ତି ବୋଲି ଜୋର ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ‘ସନମ୍ ତେରୀ କସମ୍ ୨’ ର କାମ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ଏହାର ସାର୍ବଜନୀନ ଘୋଷଣା ଖୁବ ଶୀଘ୍ର କରାଯିବ।
ଭାଲେଣ୍ଟାଇନ୍ସ ଡେ’ ଦିନ ‘ସନମ୍ ତେରୀ କସମ୍’ ସହ ଅନ୍ୟ ଦୁଇଟି ଚଳଚ୍ଚିତ୍ର ରିଲିଜ କରାଯାଇଥିଲା। ଏହି ଦୁଇଟି ନୂତନ ଚଳଚ୍ଚିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ‘ସନମ୍ ତେରୀ କସମ୍’ ଦର୍ଶକଙ୍କ ଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ସେହି ଦିନ ଅନ୍ୟ ଦୁଇଟି ଚଳଚ୍ଚିତ୍ର – ‘Love Yapa ‘ ଏବଂ ‘Badass Ravi Kumar ‘ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଏହାର ମୂଳ ରିଲିଜ୍ ସମୟରେ ମାତ୍ର ଦୁଇ ଦିନ ମଧ୍ୟରେ କରିଥିବା କଲେକ୍ସନକୁ ପଛରେ ପକାଇଥିଲା, 2016 ମସିହାରେ ଏହି ଚଳଚ୍ଚିତ୍ରଟି ମାତ୍ର 9 କୋଟି ଟଙ୍କା କଲେକ୍ସନ କରିଥିଲାବେଳେ, ପୁନଃ ରିଲିଜ୍ ପରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ 15.50 କୋଟି ଟଙ୍କା କଲେକ୍ସନ କରିଛି।