Samsung Electronics: ନିଜସ୍ୱ $୨.୧୧ ବିଲିୟନ ସେୟାର ବାତିଲ କରିବ।

Samsung ଇଲେକ୍ଟ୍ରୋନିକ୍ସ ପୂର୍ବରୁ ପୁନଃକ୍ରୟ କରାଯାଇଥିବା ୩.୦୫ ଟ୍ରିଲିୟନ ୱାନ($୨.୨୧ବିଲିୟନ) ମୂଲ୍ୟର ନିଜସ୍ଵ ସେୟାର ବାତିଲ କରିବାକୁ ନିଷ୍ପତ୍ତି ନେଇଛି।
Samsung ଇଲେକ୍ଟ୍ରୋନିକ୍ସ ଏକ ଗୁରୁତ୍ୱପୂର୍ଣ ଆର୍ଥିକ ପଦକ୍ଷେପ ନେଇଛି। କମ୍ପାନୀ ପ୍ରାୟ $୨.୧୧ ବିଲିୟନ ମୂଲ୍ୟର ନିଜସ୍ୱ ସେୟାର ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଷ୍ଟକ ବଜାରର କାର୍ଯ୍ୟଦକ୍ଷତା ଏବଂ ସେୟାର ହୋଲଡର ମାନଙ୍କ ସହ ସମ୍ପର୍କ ପରିପ୍ରେକ୍ଷୀରେ କିଛି ଗୁରୁତ୍ୱ ରଖିବ ବୋଲି ଆଶା କରାଯାଉଛି।
ସେୟାର ବାତିଲକରଣର ଅର୍ଥ କ’ଣ? ସେୟାର ବାତିଲକରଣ ହେଉଛି, ଏକ କମ୍ପାନୀ ଖୋଲା ବଜାରରୁ ତା’ର ସେୟାର ଫେରାଇ ଆଣିବାର ପକ୍ରିୟା ଯେଉଁ ସମୟରେ ଅଧିଗ୍ରହଣ କରାଯାଇଥିବା ସେୟାର ବାତିଲ ହୋଇଯାଏ। ଏହି କାର୍ଯ୍ୟକଳାପର ପ୍ରଭାବରେ ବଜାର ସେୟାର ସଂଖ୍ୟା ହ୍ରାସ କରିବା ଅନ୍ତର୍ଭୁକ୍ତ। ଯାହା ଦ୍ୱାରା ସମ୍ଭବତଃ ଅବଶିଷ୍ଟ ସେୟାରର ମୂଲ୍ୟ ବୃଦ୍ଧି ଏବଂ ସେୟାର ହୋଲଡରମାନଙ୍କ ପାଇଁ ଲାଭ ସୃଷ୍ଟି କରିବା। ଏହି ସଂକେତ ସୂଚାଇଦିଏ ଯେ samsung ପାଇଁ ଏହି ପଦକ୍ଷେପ ସେୟାର ହୋଲଡର ମୂଲ୍ୟ ବୃଦ୍ଧି କରିବା ପାଇଁ ଏବଂ ରୂଣନୈତିକ ପଦକ୍ଷେପ ଭାବରେ ଦେଖାଯାଇପାରେ।
ଏକ ନିୟାମକ ଫାଇଲିଂ ଅନୁଯାୟୀ, Samsung ଇଲେକ୍ଟ୍ରୋନିକ୍ସ କମ୍ପାନୀ ଦ୍ୱାରା ପୂର୍ବରୁ ଅଧିଗ୍ରହଣ କରାଯାଇଥିବା ୩.୦୫ ଟ୍ରିଲିୟନ ୱାନ ($ ୨.୧୧ ବିଲିୟନ) ମୂଲ୍ୟର ନିଜସ୍ୱ ସେୟାରକୁ ବାତିଲ କରିବାକୁ ନିଷ୍ପତି ନେଇଛି। Samsung ଏକ ପୃଥକ ଫାଇଲିଂରେ କହିଛି ଯେ, ସେୟାର ହୋଲ୍ଡର ମୂଲ୍ୟ ବୃଦ୍ଧି ଏବଂ କର୍ମଚାରୀମାନଙ୍କୁ ସମର୍ଥନ କରିବା ଲକ୍ଷ୍ୟରେ ଏହା ଚଳିତ ବର୍ଷ ଫେବୃଆରୀ ୧୯ରୁ ମେ ୧୬ ପର୍ଯ୍ୟନ୍ତ ୨.୭ ଟ୍ରିଲିୟନ ୱାନ ମୂଲ୍ୟରେ ସାଧାରଣ ସେୟାର ଏବଂ ୩୦୪ ବିଲିୟନ ୱାନ ମୂଲ୍ୟର ଅନ୍ୟାନ୍ୟ ସେୟାର ପୁନଃକ୍ରୟ କରିବ।
ଗତବର୍ଷ ନଭେମ୍ବରରେ, samsung ଘୋଷଣା କରିଥିଲା ଯେ ଏହା ଆଗାମୀ ୧୨ ମାସ ମଧ୍ୟରେ ୧୦ ଟ୍ରିଲିୟନ ୱାନ ମୂଲ୍ୟରେ ସେୟାର ଵ୍ୟାକ କରିବ; ଏହି ନିଷ୍ପତି ଏପରି ଏକ ସମୟ ପରେ ଆସିଥିଲା, ଯେତେବେଳେ କମ୍ପାନୀର stock ପ୍ରଦର୍ଶନ SK Hynix ପରି ପ୍ରତିଯୋଗୀଙ୍କ ତୁଳନାରେ ପଛରେ ଥିଲା। ୨୦୧୭ ପରେ ଏହା ପ୍ରଥମ ଥର ପାଇଁ ଟେକ୍ ଜାଏଣ୍ଟ ସେୟାର ବ୍ୟାକ କରିବାକୁ ନିଷ୍ପତ୍ତି ନେଇଥିଲା।