RCB vs LSG IPL 2025: ଜିତେଶ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ RCBର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ ୨୮|୦୫: ଜିତେଶ ଶର୍ମାଙ୍କ ଧୂଆଁଧାର ପ୍ରଦର୍ଶନ ଦ୍ୱାରା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଉତ୍ସାହଜନକ ମ୍ୟାଚ୍ରେ ଲକ୍ଷ୍ଣୌ ସୁପରଜାଇଣ୍ଟ୍କୁ ୬ ୱିକେଟ୍ରେ ହରାଇ ଅନ୍ତିମ ଲିଗ୍ ମ୍ୟାଚ୍ରେ ଦର୍ଶକଙ୍କୁ ମନୋରଞ୍ଜନ ପୂର୍ଣ୍ଣ ଅନୁଭୂତି ଦେଇଛି।
ପ୍ରଥମେ ବ୍ୟାଟିଂ କରି, ଲକ୍ଷ୍ଣୌ ଟିମ ୩ ୱିକେଟ୍ ହରାଇ ୨୨୭ ରନ କରି ଆରସିବିକୁ ଏକ ଚ୍ୟାଲେଞ୍ଜିଂ ଲକ୍ଷ୍ୟ ଦେଇଥିଲା। ତଥାପି, ଆରସିବି ଏହି ଅଭିଯାନକୁ ଅପରାସ୍ତ କରି ୧୮.୪ ଓଭରରେ ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲେ।
ଟସ୍ ଜିତି ବୋଲିଂ ଚୟନ କରିଥିବା ବେଙ୍ଗାଲୁରୁ ପ୍ରଥମ ଦୃଷ୍ଟିରେ ଏହି ନିଷ୍ପତ୍ତି ପ୍ରତିକୂଳ ପ୍ରମାଣିତ ହେଲେ ମଧ୍ୟ ମାନସିକ ଦୃଢତା ଏବଂ ଦ୍ବିତୀୟ ଇନିଂସର ଶକ୍ତିଶାଳୀ ପ୍ରଦର୍ଶନ ଦ୍ୱାରା ଆରସିବି ଏହି ମ୍ୟାଚ୍ ଟିକୁ ନିଜ ଅନୁକୂଳ କରିନେଇଥିଲା।
ଇଡେନ ମାର୍କ୍ରମ ଦଳରେ ନଥିବା ସତ୍ତ୍ୱେ ଘରୋଇ ଦଳ ଆରମ୍ଭରୁ ଆତ୍ମବିଶ୍ୱାସ ଦେଖାଇଥିଲା। ମିଚେଲ ମାର୍ଶ ଓ ମାଥ୍ୟୁ ବ୍ରିଟଜ୍କେ ଲକ୍ଷ୍ଣୌ ତରଫରୁ ମ୍ୟାଚର ଆରମ୍ଭ କରି ଦଳକୁ ୨୫ ରନ୍ର ଭାଗୀଦାରୀ ଗଠନ କରିଥିଲେ, କିନ୍ତୁ ତୃତୀୟ ଓଭରରେ ନୁୱାନ୍ ତୁଷାରାଙ୍କ ବଲ୍ରେ ବ୍ରିଟଜ୍କେ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୪ ରନ କରି ବୋଲ୍ଡ ହୋଇ ପାଭିଲିୟନ୍ ଫେରିଥିଲେ।
ବ୍ରିଟଜ୍କେ ଆଉଟ ହେବା ପରେ ପଡିଆ ମଧ୍ୟକୁ ଓହ୍ଲାଇଥିଲେ ଲକ୍ଷ୍ଣୌ ଟିମର ଅଧିନାୟକ ରିଷଭ ପନ୍ତ, ଯିଏକି ପ୍ରାରମ୍ଭରୁ ହିଁ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରି ତାଙ୍କ ଧୂଆଁଧାର ବ୍ୟାଟିଂ ଦ୍ୱାରା ଦର୍ଶକଙ୍କ ମନମୋହିତ କରିଥିଲେ। ଏବଂ ଅନ୍ୟ ପଟେ ଓପନିଂ ପାର୍ଟନର ମାର୍ଶ ମଧ୍ୟ ଦୃଢ଼ ସମର୍ଥନ ଦେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସର ବୋଲିଂ ଆକ୍ରମଣ ଅସହାୟ ହୋଇଯାଇଥିଲା, କାରଣ ଉଭୟ ବ୍ୟାଟସମ୍ୟାନ୍ ନିର୍ମମ ଭାବରେ ରୟାଲ ଚ୍ୟାଲେଞ୍ଜର୍ସର ବୋଲର ମାନଙ୍କ ପ୍ରେତ୍ୟକଟି ବଲଉପରେ ପ୍ରହାର କରି ଚାଲିଥିଲେ।
ସ୍କୋରବୋର୍ଡ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗୁଥିଲା। ଏହି ସିଜନର ଆରମ୍ଭରେ ସଂଘର୍ଷ କରିଥିବା ପନ୍ତ ଏକ ଅସାଧାରଣ ପ୍ରଦର୍ଶନ ସହିତ ସମସ୍ତ ସମାଲୋଚକଙ୍କୁ ଚୁପ୍ କରିଦେଇଥିଲେ। ସେ ଏବଂ ମାର୍ଶ ମିଶି ଦ୍ୱିତୀୟ ୱିକେଟ ପାଇଁ ୧୫୨ ରନର ଏକ ବିଶାଳ ଭାଗୀଦାରୀ କରିଥିଲେ, ଯାହା ଦଳର ସ୍କୋରକୁ ୧୭୭ ରେ ପହଞ୍ଚାଇଥିଲା ଏବଂ ଶେଷରେ ୧୬ ତମ ଓଭରରେ ଭୁବନେଶ୍ୱର କୁମାର ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପୂର୍ବ ମ୍ୟାଚ୍ ରେ ଶତକ ହାସଲ କରିଥିବା ମାର୍ଶ ଆଉଟ୍ ହେବା ପୂର୍ବରୁ ୩୭ ବଲରୁ ୬୭ ରନର ଯୋଗଦାନ ଦେଇଥିଲେ, ତାଙ୍କର ଏହି ପାରିରେ ଚାରୋଟି ଚୌକା ଏବଂ ପାଞ୍ଚ ଛକା ସାମିଲ ଥିଲା।
Also Read: iPhone 17 Pro Max 2025: ନୂଆ ଡିଜାଇନ୍, କ୍ୟାମେରା ଏବଂ AI ର ଯାଦୁ
ରିଷଭ ପନ୍ତଙ୍କୁ ରୋକିବା ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ବିପରୀତ କରିବାକୁ ଦଳ ୬ ଜଣ ବୋଲର ଚକ୍ରବ୍ୟୁହ ଗଠନ କଲେ ମଧ୍ୟ ଫଳ ମିଳିନଥିଲା। ପନ୍ତ ଶତକ ଅର୍ଜନ କରି ବିପକ୍ଷ ଦଳକୁ ଚକିତ କରିଦେଇଥିଲେ। ୬୧ ବଲରେ ୧୧ ଚୌକା ଓ ୮ ଛକା ମାରି ସେ ୧୧୮ ରନ ଅପରାଜିତ ରହି ସୁପରଜାଏଣ୍ଟ୍ଙ୍କ ସ୍କୋରକୁ ୨୨୭ ପର୍ଯ୍ୟନ୍ତ ନେଇଯାଇଥିଲେ।
ଜିତେଶ ଶର୍ମାଙ୍କ ତୁଫାନୀ ପାରି
୨୨୮ ରନ୍ର ବିଶାଳ ଲକ୍ଷ୍ୟ ନେଇ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଦ୍ରୁତ ଆରମ୍ଭ ଦେଖିବାକୁ ମିଳିଥିଲା। ଫିଲ ସଲ୍ଟ ଓ ବିରାଟ କୋହଲିଙ୍କ ମଧ୍ୟରେ ୬୧ ରନ୍ର ଭାଗିଦାରୀ ହୋଇଥିଲା। ସଲ୍ଟ ୩୦ ରନ କରି ଷଷ୍ଠ ଓଭରରେ ଆଉଟ୍ ହୋଇଥିଲେ। ପରେ ୱିଲ ଓ’ରୁର୍କ ଅଷ୍ଟମ ଓଭରରେ ରଜତ ପାତିଦାର (୧୪) ଓ ଲିଭିଙ୍ଗଷ୍ଟୋନ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ।
କୋହଲି ଗୋଟିଏ ପଟେ ଆକ୍ରମଣ ଜାରି ରଖି ୫୪ ରନ୍ (୧୦ ଚୌକା) କରିଥିଲେ, କିନ୍ତୁ ଅଭେଶ ଖାନଙ୍କ ୧୨ ତମ ଓଭରରେ ଆଉଟ୍ ହୋଇ ସେ ମଧ୍ୟ ପାଭିଲିୟନ ଫେରିଯାଇଥିଲେ। ୧୨୩ ରନ୍ରେ ୪ଟି ୱିକେଟ ହରାଇବା ପରେ ସୁପରଜାଏଣ୍ଟ୍ଙ୍କ ବିଜୟ ପାଇଁ ଅଗ୍ରସର ହେଉଥିଲା।
କିନ୍ତୁ ଏହି ସମୟରେ ମୟଙ୍କ ଅଗରୱାଲ ଓ ଅଧିନାୟକ ଜିତେଶ ଶର୍ମା ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ପକ୍ଷରୁ ଢାଲ ହୋଇ ଛିଡା ହୋଇଥିଲେ। ମୟଙ୍କ ଅଗରୱାଲ ଓ ଅଧିନାୟକ ଜିତେଶ ଶର୍ମା ଧୂଆଁଧାର ବ୍ୟାଟିଂ କରି ସୁପରଜାଣ୍ଟସ ର ସବୁ ଆଶା ମଉଳାଇ ଦେଇଥିଲେ। ଉଭୟଙ୍କୁ ଅଟକାଇବା ପାଇଁ ସୁପରଜାଣ୍ଟସ ସବୁ ପ୍ରକାର ରଣନୀତି ଆପଣେଇଥିଲା। ହେଲେ କିଛି ଫଳ ମିଳି ନଥିଲା। ଦୁହିଁଙ୍କ ଭାଗୀଦାରୀ ଫଳରେ ଦଳ ୧୭ ଓଭର ମଧ୍ୟରେ ୨୦୦ ରେ ପହଞ୍ଚିଯାଇଥିଲା।
ଶେଷ ୩ ଓଭରରେ ରୟାଲ୍ ଚ୍ୟାଲେଞ୍ଜର୍ସଙ୍କୁ ବିଜୟ ପାଇଁ ୨୮ ରନ ଆବଶ୍ୟକ ଥିଲା। ଏହି ଚାପପୂର୍ଣ୍ଣ ସମୟରେ ୱିଲ ଓ’ରୁର୍କ ୧୮ତମ ଓଭର ପକାଇଲେ ଓ ୨୧ ରନ ଦେଇ ସୁପରଜାଏଣ୍ଟ୍ଙ୍କ ବିଜୟ ଆଶାକୁ ତଶନଶ କରିଦେଲେ। ଜିତେଶ ଶର୍ମାଙ୍କ ଏହି ଓଭରରେ ବିପ୍ଳବୀ ମାନସିକତାରେ ୨ଟି ଚୌକା ଓ ୨ଟି ଛକା ମାରି ମ୍ୟାଚ୍ର ରୂପକୁ ଗୁରୁତର ଭାବରେ ପରିବର୍ତ୍ତନ କରିଦେଲେ।
ପରବର୍ତ୍ତୀ ଓଭରରେ ସେ ଆଉ ଗୋଟିଏ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଜିତେଶ ଶର୍ମାଙ୍କ ଅଦ୍ଭୁତ ବ୍ୟାଟିଂ କରି ୩୩ ଟି ବଲ୍ରେ ୮ଟି ଚୌକା ଓ ୬ଟି ଛକା ମାରି ୮୫ ରନ କରିଥିଲେ ଓ ଅପରାଜିତ ରହିଥିଲେ। ତାଙ୍କ ସହିତ ମୟଙ୍କ ଅଗରୱାଲ୍ ମଧ୍ୟ ୪୧ ରନ କରି ଅପରାଜିତ ରହି ଦଳକୁ ମୂଲ୍ୟବାନ ସାହାଯ୍ୟ ଯୋଗାଇଥିଲେ।
Highest successful chases in IPL
Target | Team | Against | Venue | Year |
---|---|---|---|---|
262 | PBKS | KKR | Kolkata | 2024 |
246 | SRH | PBKS | Hyderabad | 2025 |
228 | RCB | LSG | Lucknow | 2025* |
224 | RR | PBKS | Sharjah | 2020 |
224 | RR | KKR | Kolkata | 2024 |