“ଓଡ଼ିଶାର ସୀମା ସମସ୍ୟା: ଶକ୍ତି ସଂଘର୍ଷ ଏବଂ ରାଜ୍ୟ ପରିସ୍ଥିତି।”

ଭୁବନେଶ୍ୱର ୦୫|୩: ରାଜସ୍ୱ ମାନଚିତ୍ରରେ ଓଡ଼ିଶାର ସ୍ଥିତି। ଭାଷା, ଭାବ ଓ ସଂସ୍କୃତିରେ ଓଡ଼ିଆର ସ୍ୱତନ୍ତ୍ରତାକୁ ଏକ ପରିଚୟ ଭାବରେ ପ୍ରକାଶ କରାଯାଇଛି। ପଡ଼ୋଶୀ ରାଜ୍ୟଗୁଡ଼ିକର ଲୋଭ ଏବଂ ସୀମା ବିବାଦ ସତ୍ତ୍ୱେ, ଆମ ରାଜ୍ୟର 96ଟି ସୀମାନ୍ତ ଗ୍ରାମ ଗୁଡିକୁ ଜବରଦଖଲ କରାଯାଇଛି। ସୀମା ଉପକୂଳ ସମସ୍ୟା କୁ ନେଇ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ଜାରି ରହିଛି। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା, ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହି ପରିସ୍ଥିତିରେ, ଆମ ରାଜ୍ୟ ବର୍ତ୍ତମାନ ସଙ୍କଟରେ ଅଛି। ରାଜ୍ୟ ସରକାର ସୀମା ସୁରକ୍ଷା କମିଶନ ଗଠନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଦାବି କରାଯାଉଛି।
ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକ ବର୍ତ୍ତମାନ ପଡ଼ୋଶୀ ରାଜ୍ୟର ଅଂଶ ହୋଇଛି। ବାଲେଶ୍ୱର ସୀମାନ୍ତରେ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲିଛି, ଯାହାକୁ ଓଡ଼ିଶା ସରକାର ଦୃଢ଼ ବିରୋଧ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ପଶ୍ଚିମବଙ୍ଗ ସରକାର ଖରାପ ବ୍ୟବହାର କରୁଛନ୍ତି, ଏବଂ ସେମାନଙ୍କୁ କିଛି ଶିକ୍ଷା ଦେବା ଅତ୍ୟାବଶ୍ୟକ।” ଓଡ଼ିଶା ସରକାର ସେମାନଙ୍କୁ କିଛି ଶିକ୍ଷା ଦେବେ ଏବଂ ସଠିକ୍ ରାସ୍ତା ଦେଖାଇବେ। ସଂଘୀୟ ବ୍ୟବସ୍ଥାରେ ଦାଦା ଗିରି କେବେବି ଏକ ବିକଳ୍ପ ହେବେ ନାହିଁ। ଆମେ ସ୍ୱତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂର୍ଣ୍ଣ କରିବାକୁ ଆଉ ଦଶନ୍ଧି ଟିଏ ବାକି ଥିଲା ବେଳେ ସୀମା ଚିହ୍ନଟ ନ ହେବା ପରିସ୍ଥିତି ସବୁଠାରୁ ବଳି ବିଡମ୍ବନା।
ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଡୁ ଏତେ ବିପଦ ନଥିଲେ ମଧ୍ୟ, ଆନ୍ଧ୍ର ଏବଂ ବଙ୍ଗ ଓଡିଶା ପାଇଁ ସଙ୍କଟ ପାଲଟିଛି। ଲୋକଙ୍କୁ ଲୋଭ ଦେଖାଇ ସେମାନେ ତାଙ୍କ ଉପରେ ରାଜୁତି କରିଆସୁଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳର ଅବଶିଷ୍ଟ ବାସିନ୍ଦାଙ୍କ ସୁରକ୍ଷା ଏକ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ସେହି ସୀମାନ୍ତ ଗ୍ରାମଗୁଡ଼ିକରେ ଶିକ୍ଷା, ସଂସ୍କୃତି ଏବଂ ସାହିତ୍ୟ ଦ୍ୱୈତ ଶାସନର ଝଡ଼ର ସମ୍ମୁଖୀନ ହେଉଛନ୍ତି। ଜନକଲ୍ୟାଣ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ। କିଛି ଦିନ ପାଇଁ ନୀରବ ରହୁଥିବା ବେଳେ, ଫୁଣି ସେମାନଙ୍କର ପୁରୁଣା ରୋଗ ଆରମ୍ଭ ହୋଉଛି। ସୀମାକୁ ମିଶାଇବାର ପ୍ରୟାସ ଆରମ୍ଭ ହୋଇଛି ଏବଂ ଜନସାଧାରଣଙ୍କୁ ଲୋଭ ଦେଖାଇ ପ୍ରଭାବିତ କରାଯାଉଛି। ଖୁଣ୍ଟପୋତା ସହିତ ପଶ୍ଚିମବଙ୍ଗ ରାଜସ୍ୱ ମନ୍ତ୍ରୀଙ୍କ ଉଦୟପୁର ଏବଂ ବାଲେଶ୍ୱରର ସହାବାଜିପୁରରେ ଉପସ୍ଥିତିକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ କେହି ଏପରି ଦାଦାଗିରିକୁ କେହି ବରଦାସ୍ତ କରିବେ ନାହିଁ।
ଚାନ୍ଦିଲିରେ ଛତିଶଗଡ଼ ନାଲି ଆଖି ଦେଖୋଉଥିବା ବେଳେ, କୋଟିଆରେ ଆନ୍ଧ୍ରର ଦାଦାଗିରି ବି କିଛି କାମ ନୁହେଁ। ପଶ୍ଚିମବଙ୍ଗ ସରକାର ସହବାଜପୁର-ଉଦୟପୁର ଅଞ୍ଚଳରେ ଆଇନ ଭଙ୍ଗ କରୁଛନ୍ତି ଏବଂ ଓଡ଼ିଶା ସୀମାରେ ବଳ ପ୍ରୟୋଗ କରୁଛନ୍ତି। ପ୍ରାୟତଃ ରାଜ୍ୟର 96 ଟି ଗ୍ରାମ ସୀମା ସମସ୍ୟା ସହିତ ଜଡ଼ିତ, ଏହି ପ୍ରସଙ୍ଗ ସମ୍ପର୍କରେ, ସୀମାନ୍ତ ଅଞ୍ଚଳର ଜନସଂଖ୍ୟା ଓଡ଼ିଶା ସରକାରଙ୍କର ଗମ୍ଭୀର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ପରିସ୍ଥିତି ସ୍ଥିର ରହିଛି। ସେପଟେ ଆନ୍ଧ୍ର ସରକାର ଗତ କିଛି ବର୍ଷ ହେବ କୋଟିଆକୁ ନିଜର ଦର୍ଶାଇବା ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରି ଆସୁଅଛି।
ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ପ୍ରଦେଶ ଦ୍ୱାରା ବିକାଶମୂଳକ କାର୍ଯ୍ୟକଳାପ କରାଯାଉଛି। ଆନ୍ଧ୍ର ସରକାର ତେଲୁଗୁ ଭାଷାର ବ୍ୟବହାରକୁ ଆଗକୁ ବଢ଼ାଇବା ଓ ପ୍ରଚାର କରିବା ପାଇଁ ଏହାକୁ ଭଲ ଭାବରେ ଯୋଜନା କରୁଛନ୍ତି। ଏହି ଆନ୍ଧ୍ର ସରକାର କେବଳ କୋଟିଆ ଉପରେ ନଜର ପକାଇ ନାହିଁ, ବରଂ ଗଞ୍ଜାମର 21ଟି ଗ୍ରାମ, ଗଜପତିର 16ଟି ଏବଂ ରାୟଗଡ଼ାର 5ଟି ଅଞ୍ଚଳର ରାଜସ୍ୱ ଗ୍ରାମ ଉପରେ ଆନ୍ଧ୍ର ସରକାର ବିବାଦ ସୃଷ୍ଟି କରିଛି।
ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ, ପଶ୍ଚିମବଙ୍ଗ ସରକାର ସାହାବାଜପୁର-ଉଦୟପୁର ରାସ୍ତାକୁ ଜବର ଦଖଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତାପରେ ସେମାନେ ନଦୀକୂଳ ଜମିଗୁଡିକୁ ନିଲାମ କରି ଜମି ଉପରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରୁଛନ୍ତି, ଯେପରି ସେମାନଙ୍କ ଇଚ୍ଛା ହେଉଛି ସେ ପରି କରୁଛନ୍ତି। ଗତ ଶୁକ୍ରବାର ଦିନ ଦୀଘା-ଶଙ୍କରପୁରରେ ଶାସନ କର୍ତ୍ତୃପକ୍ଷ ଅବେଧ ଭାବେ ମାପଚୁପ କରି ସିମେଣ୍ଟ ଖୁଣ୍ଟ ପୋତିଥିଲେ, ଯାହା ପରେ ସ୍ଥାନୀୟ ଲୋକ ଏହାର ବିରୋଧ କରି ପ୍ରତିବାଦ କରିଥିଲେ।
ଏହି ସମସ୍ୟାର ସମ୍ଭାବ୍ୟ ସମାଧାନ ସ୍ୱରୂପ, ଉତ୍କଳ ସମ୍ମିଳନୀର ଏକ ଦଳ ସାହାବାଜପୁର ଅଞ୍ଚଳକୁ ଯାଇଥିଲେ ଏବଂ ଓଡ଼ିଶାର ସମସ୍ତ ସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ତଃରାଜ୍ୟ ବୈଠକ ପାଇଁ ଦାବି କରିଥିଲେ। ୧୯୩୬ ମସିହାର ମାନଚିତ୍ର ଅନୁଯାୟୀ, ସୀମା ସ୍ଥିତି ସଂରକ୍ଷିତ ରଖିବାକୁ ଦାବି କରାଯାଇଛି।
ଠିକ ସେହିପରି ଝାଡ଼ଖଣ୍ଡ ମୟୁରଭଞ୍ଜର ୨ଟି, କେନ୍ଦୁଝରର ୫ଟି ଏବଂ ସୁନ୍ଦରଗଡ଼ର ୬ଟି ଗ୍ରାମ ଉପରେ ନିଜର ଅଧିକାର ଜାହିର କରିଛି, ଛତିଶଗଡ଼ ଚାନ୍ଦିଲି ଅଞ୍ଚଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସମସ୍ତ ରଣନୀତି ବ୍ୟବହାର କରିଛି। ଛତିଶଗଡ଼ ନବରଙ୍ଗପୁର ର ଚାରୋଟି ଗ୍ରାମ ଏବଂ ଝାରସୁଗୁଡାର ଦୁଇଟି ଗ୍ରାମ ନିଜ ଅତିଆର କୁ ଆଣିବା ପାଇଁ କୌଣସି ପ୍ରକାରର ପ୍ରୟାସ ଛାଡୁ ନାହିଁ। ସୀମାନ୍ତ ଗ୍ରାମଗୁଡ଼ିକ ସମ୍ପର୍କରେ ବିବାଦ ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ଚାଲିଛି, ଯାହା ମଧ୍ୟରେ ଗୋଟିଏ ମାମଲା ସମାଧାନ ହୋଇପାରି ନାହିଁ। ସମସ୍ତ ସୀମାନ୍ତ ଗ୍ରାମଗୁଡ଼ିକ ଏବଂ ପଡ଼ୋଶୀ ରାଜ୍ୟ-ଝାଡ଼ଖଣ୍ଡ, ଆନ୍ଧ୍ର ଏବଂ ଛତିଶଗଡ଼ ମଧ୍ୟରେ ଘଟିଥିବା ବିବାଦ ସମ୍ପର୍କରେ ବିଧାନସଭାର ଗୃହ କମିଟିରେ ଚାଲିଥିବା ବୈଠକରେ ଏହା ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। କିନ୍ତୁ ଫଳସ୍ୱରୂପ କିଛି ପ୍ରଗତି ହୋଇନି।