June 9, 2025

MI vs GT IPL 2025: ରୋହିତ-ବେୟାରଷ୍ଟୋ ଏବଂ ବୁମ୍ରାଙ୍କ ବିସ୍ଫୋରକ ପ୍ରଦର୍ଶନ, MIକୁ କ୍ୱାଲିଫାୟର 2 ରେ ପହଞ୍ଚିଲା

0
MI vs GT IPL 2025: ରୋହିତ-ବେୟାରଷ୍ଟୋ ଏବଂ ବୁମ୍ରାଙ୍କ ବିସ୍ଫୋରକ ପ୍ରଦର୍ଶନ, MIକୁ କ୍ୱାଲିଫାୟର 2 ରେ ପହଞ୍ଚିଲା

ନୂଆଦିଲ୍ଲୀ ୩୧|୦୫: ୩୧ ମେ’ର MI vs GT ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୨୨୮ ରନ କରି ବଡ଼ ସ୍କୋର ଗଢ଼ିଥିଲା। ବୁମ୍ରାଙ୍କ ୟର୍କରରେ GT ପତନ ଆରମ୍ଭ ହେଲା ଓ MI ୨୦ ରନରେ ମ୍ୟାଚଟିକୁ ଜିତି କ୍ୱାଲିଫାୟର ୨ରେ ପହଞ୍ଚିଲା।

୩୧ ମେ’ (ଶୁକ୍ରବାର ଦିନ) ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟିଟାଟନ୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଫ୍ରାଞ୍ଚାଇଜ୍ ଶେଷରେ କ୍ୱାଲିଫାୟର 2 ପହଞ୍ଚିଛି। ଗୁଜରାଟ ଟାଇଟାନ୍ସ – ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ IPL ପଏଣ୍ଟ ଟେବୁଲରେ ପ୍ରାଧାନ୍ୟ ବିସ୍ତାର କରିଥିଲେ – ସେମାନଙ୍କର ତୃତୀୟ କ୍ରମାଗତ ପରାଜୟ ପରେ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି, ଏବେ MI କ୍ୱାଲିଫାୟର ୨ ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମୁକାବିଲା କରିବ।

MI vs GT ମ୍ୟାଚ୍ ର ପ୍ରମୁଖ ଉଲ୍ଲେଖନୀୟ ମୁହୂର୍ତ୍ତ:

୩୧ ମେ’ (ଶୁକ୍ରବାର ଦିନ) ମୁଲ୍ଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜରାଟ ଟାଇଟାନ୍ସ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା MI ପାଇଁ ଇନିଂସ ଓପନ କରିଥିଲେ ଜନି ବେୟାରଷ୍ଟୋଙ୍କ ସହିତ, ଯିଏ ଏହି ସିଜନରେ ତାଙ୍କର ଡେବ୍ୟୁ କରିଥିଲେ। ଦୁଇ ଓପନର MI ପାଇଁ ପାୱାରପ୍ଲେରେ ଧୂମ ମଚାଇଥିଲେ, ଯାହା ନିଶ୍ଚିତ କରିଥିଲା ​​ଯେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିବ ବୋଲି, ବେୟାରଷ୍ଟୋ ଶେଷରେ ଅଷ୍ଟମ ଓଭରରେ ୪୭ ରନ କରି ଆଉଟ ହୋଇଥିଲେ, କିନ୍ତୁ ରୋହିତ 81 (୫୦) ରନର ଇନିଂସ ଖେଳିଥିଲେ।

ବେୟାରଷ୍ଟୋଙ୍କ ଆଉଟ୍ ପରେ, ସୂର୍ଯ୍ୟକୁମାର ଯାଦବ (୨୦ ବଲ୍ ରୁ ୩୩) ଏବଂ ତିଲକ ବର୍ମା (୧୧ ବଲ୍ ରୁ ୨୫) ରନର ମୂଲ୍ୟବାନ ଅବଦାନ ଦେଇଥିଲେ, ଯାହା MIକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲା। ଏହି ସମୟରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ୨୨ ରନ୍ ର ଇନିଂସ ଫ୍ରାଞ୍ଚାଇଜ୍ କୁ ସେମାନଙ୍କର ୨୦ ଓଭରରେ ମୋଟ ୨୨୮ ରନ୍ ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।

ଜବାବରେ, ପାୱାରପ୍ଲେ ସମୟରେ GT ସେମାନଙ୍କର ପ୍ରଥମ ଝଟକା ଭାବେ ଶୁଭମନ ଗିଲଙ୍କୁ ହରାଇଥିଲା, ଅଧିନାୟକ ଶୁଭମନ ଗିଲ୍ ୧ ରନ୍ କରି ଆଉଟ୍ ହୋଇଥିଲେ। ତଥାପି, ସାଇ ସୁଦର୍ଶନ ଏକ ଚମତ୍କାର ଇନିଂସ ଖେଳି ୪୯ ବଲ୍ ରୁ ୮୦ ରନ୍ କରି GT ର ଆଶାକୁ ଉଜ୍ଜୀବିତ ରଖିଥିଲେ। ତାଙ୍କୁ ପ୍ରଥମେ କୁସଲ ମେଣ୍ଡିସ୍ (୧୦ ବଲ୍ ରୁ ୨୦) ଏବଂ ପରେ ୱାଶିଂଟନ ସୁନ୍ଦର (୨୪ ବଲ୍ ରୁ ୪୮) ଙ୍କ ଏକ ଭଲ ଇନିଂସ ଦ୍ୱାରା ସଫଳ ସହାୟତା ମିଳିଥିଲା।

Also Read: iPhone 17 Pro Max 2025: ନୂଆ ଡିଜାଇନ୍, କ୍ୟାମେରା ଏବଂ AI ର ଯାଦୁ

ଗୋଟେ ମୁହୂର୍ତ୍ତରେ ଏଭଳି ପ୍ରତୀତ ହେଉଥିଲା, GT ଏହି ବିଶାଳ ରନ ଚେଜକୁ ବହୁ ସହଜର ସହ ନିଜ ହାତ ମୁଠାକୁ ଆଣି କ୍ୱାଲିଫାୟର ୨ ରେ ପ୍ରବେଶ କରିଯିବ ବୋଲି, କିନ୍ତୁ ଜସପ୍ରୀତ ବୁମ୍ରା MI ପାଇଁ ଢାଲ ହୋଇ ଛିଡା ହୋଇଥିଲେ। କୁସାଲ ମେଣ୍ଡିସ୍ ଙ୍କ ୱିକେଟ୍ ପରେ ୱାଶିଂଟନ ସୁନ୍ଦର ଏବଂ ସାଇ ସୁଦର୍ଶନ ମଧ୍ୟରେ ଏକ ସୁନ୍ଦର ପାର୍ଟନର ସିପ ଗଢି ଉଠିଥିଲା। ଯାହା ତୀବ୍ରତାର ସହ GT କୁ ତା’ର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ନେବାରେ ଲାଗିଥିଲା। ଏହି ଲକ୍ଷ୍ୟସ୍ଥଳ ମଧ୍ୟରେ କଣ୍ଟା ସାଜିଥିଲେ ଜସପ୍ରୀତ ବୁମ୍ରା ଯିଏକି ୧୪ ତମ ଓଭରର ଚତୁର୍ଥ ବଲରେ ୱାଶିଂଟନ ସୁନ୍ଦରଙ୍କୁ ଏକ ସୁନ୍ଦର ୟର୍କର ମାରି ଏହି ବୋଲଡ କରି ଏହି ସୁନ୍ଦର ପାର୍ଟନର ସିପକୁ ଭାଙ୍ଗି ଥିଲେ।

ଏହା ପରଠାରୁ GT ର ପତନ ଆରମ୍ଭ ହେବାରେ ଲାଗିଲା। ରାହୁଲ ତେୱାଟିଆ (୧୧ ବଲ୍ରୁ ୧୬), ଶାହାରୁଖ ଖାନ (୭ ବଲ୍ରୁ ୧୩) ଏବଂ ସେରଫେନ୍ ରଥରଫୋର୍ଡ (IMP) ଯିଏକି ଏହି ମ୍ୟାଚରେ କିଛି ଖାସ ପ୍ରଭାବ ପକାଇପାରିନ ଥିଲେ, ମାତ୍ର (୧୫ ବଲରେ ୨୪ ରନ) କରି ପବିଲିୟନ ଫେରି ଯାଇଥିଲେ।

ଶେଷରେ, GT ର ବ୍ୟାଟ୍ସମ୍ୟାନ୍ ମାନେ ରନ ହାର ଦ୍ୱାରା ପରାସ୍ତ ହୋଇଥିଲେ, ସେମାନେ ୨୦ ରନ୍ ରେ ସଂଘର୍ଷ ହାରିଯାଇଥିଲେ।

ମ୍ୟାଚ୍ ପରେ ପରାଜୟ ଉପରେ ପ୍ରତିକ୍ରିୟା ଦେଇ ଶୁଭମନ ଗିଲ୍ ହୃଦୟ ବିଦାରକ ଭାବରେ କହିଥିଲେ, “କ୍ରିକେଟର ଚମତ୍କାର ଖେଳ, ଆମେ ଏଥିରେ ଠିକ୍ ଥିଲୁ। ଶେଷ ତିନି-ଚାରି ଓଭର ଆମ ଇଚ୍ଛାରେ ନଥିଲା କିନ୍ତୁ ତଥାପି ଏକ ଭଲ ଖେଳ। ଯେତେବେଳେ ଆମେ 3 ଜଣ ଖେଳାଳିଙ୍କୁ ଛାଡିଥାଉ, ନିଶ୍ଚିତ ଭାବରେ ଏହା ସହଜ ନୁହେଁ। ବୋଲରମାନଙ୍କ ପାଇଁ ନିୟନ୍ତ୍ରଣ କରିବା ସହଜ ନଥିଲା ଏବଂ ଯେତେବେଳେ ଆପଣ 3 କ୍ୟାଚ୍ ଛାଡିବେ, ସେତେବେଳେ ଏହା ସାହାଯ୍ୟ କରେ ନାହିଁ।”

Leave a Reply

Your email address will not be published. Required fields are marked *