IPL 2025, KKR vs PBKS: ଚହଲଙ୍କ ସ୍ପିନ୍ ମାୟା-ଜାଲରେ KKR

KKR vs PBKS ମ୍ୟାଚରେ, PBKS ୧୧୧ ରନର କମ୍ ସ୍କୋର କରି ବି KKR ଉପରେ ରୋମାଞ୍ଚକ ଭାବରେ ୧୬ ରନର ବିଜୟ ହାସଲ କରିଛି। ଚହଲଙ୍କ ୪ ୱିକେଟ୍ ଏବଂ ଦଳର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ KKR ହାତରୁ ମ୍ୟାଚଟିକୁ ଛଡେଇ ଆଣିଲା।
ନୂଆଦିଲ୍ଲୀ ୧୬|୦୪: KKR vs PBKS Highlights, ଆଇପିଏଲ ସିଜିନର ସବୁଠାରୁ ଅପ୍ରତ୍ୟାଶିତ ଏବଂ ରୋମାଞ୍ଚକର ମ୍ୟାଚ୍ ମଧ୍ୟରୁ ଗୋଟିଏ, ପଞ୍ଜାବ କିଙ୍ଗ୍ସ (PBKS) vs କୋଲକାତା ନାଇଟ୍ ରାଇଡର୍ସ (KKR), ପଞ୍ଜାବ କିଙ୍ଗ୍ସ୧୫.୩ ଓଭରରେ ମାତ୍ର ୧୧୧ ରନ୍ ର ଏକ ସାଧାରଣ ସ୍କୋର କରିବା ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (KKR) ଉପରେ ୧୬ ରନର ବ୍ୟବଧାନରେ ବିଜୟ ହାସଲ କରିଛି। ଏହି କମ୍ ସ୍କୋରିଂ ମ୍ୟାଚଟି କ୍ରିକେଟ୍ ପ୍ରଶଂସକଙ୍କୁ ମନେ ପକାଇ ଦେଇଥିଲା, ଯେ ଟି-୨୦ରେ କେବଳ ବ୍ୟାଟ୍ସ ମ୍ୟାନମାନେ ମ୍ୟାଚ୍ ଜିତନ୍ତି ନାହିଁ – କେତେବେଳେ ଏହା ସବୁକିଛି ବୋଲରଙ୍କ ଉପରେ ବି ନିର୍ଭର କରିଥାଏ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ, PBKS ଓପନର ପ୍ରଭସିମରନ୍ ସିଂହ ଏବଂ ପ୍ରିୟାଂଶ ଆର୍ଯ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୯ ରନ ସଂଗ୍ରହ କରିଥିଲେ। ଦଳକୁ ପ୍ରଥମ ଝଟକା ପ୍ରିୟାଂଶ ଆର୍ଯ୍ୟଙ୍କ ରୂପରେ ଲାଗିଥିଲା। ଯିଏ ୧୨ ବଲରେ ୨୨ (୩ ଟି ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦଳର ବିପର୍ଯ୍ୟୟ।
ଅଧିନାୟକ ଶ୍ରେୟସ ଆୟର ଶୂନ୍ୟରେ ଆଉଟ ହୋଇଥିଲେ, ଯେତେବେଳେ ଟିମ ପ୍ରତି ଡେବ୍ୟୁ କରୁଥିବା ଜୋସ୍ ଇଂଲିଶ ମାତ୍ର 2 ରନ କରି ପାବିଲିୟନକୁ ଫେରିଯାଇଥିଲେ। ପ୍ରଭସିମରନ ୧୮ ବଲରେ ୩୦ (୧ ଚୌକା, ୩ ଛକା) ରନ ସହିତ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ପାୱାର ପ୍ଲେର ଶେଷ ବଲରେ ହର୍ଷିତ ରାଣା ପ୍ରଭସିମରନଙ୍କ ୱିକେଟ ନେଇ ପଞ୍ଜାବ କିଙ୍ଗ୍ସକୁ ଆଉ ଏକ ଝଟକା ଦେଇଥିଲେ। ସେହି ସମୟରୁ ନିୟମିତ ଭାବରେ ୱିକେଟ ପଡ଼ି ଚାଲିଥିଲା, ନେହାଲ ୱଡେରା ୧୦, ଗ୍ଲେନ ମ୍ୟାକ୍ସୱେଲ୍ ୭, ଇମ୍ପାକ୍ଟ ପ୍ଲେୟର ସୂର୍ଯ୍ୟାଂଶ ସେଡଗେ ୪ ଓ ଶଶାଙ୍କ ସିଂହ ୧୮ ରନ କରି ବିଦାୟ ନେଇଥିଲେ। ୧୬ ଓଭର ଚାଲୁଥିବା ସମୟରେ ଜାଭିୟର ବାର୍ଟଲେଟ୍ ୧୧ ରନ୍ କରି ବୈବଭ ଆରୋରାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ, ଯାହା ଫଳରେ ପଞ୍ଜାବ କିଙ୍ଗ୍ ୧୫.୩ ଓଭରରେ ୧୧୧ ରନ କରି ଅଲ ଆଉଟ ହୋଇଯାଇଥିଲା। ନାଇଟ୍ ରାଇଡର୍ସ ପକ୍ଷରୁ ହର୍ଷିତ ରାଣା ୩ଟି, ନାରାୟଣ ଓ ବରୁଣ ଚକ୍ରବର୍ତୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
View this post on Instagram
Also Read: “Maruti Dzire 2025: ନୂଆ ଡିଜାଇନ୍, ଅଦ୍ଭୁତ ମାଇଲେଜ୍ ଓ ସୁରକ୍ଷା ବିଶେଷତା”
୨୦ ଓଭରରେ ୧୧୨ ରନର ଟାର୍ଗେଟ ଛୋଟ ପରି ମନେ ହେଉଥିଲେ। କିନ୍ତୁ ପଞ୍ଜାବର ବୋଲର୍ସ ମାନେ ମ୍ୟାଚ୍ ଟିକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେଇଥିଲା। ପ୍ରକୃତରେ, ଆରମ୍ଭରୁ ହିଁ ନାଇଟ୍ ରାଇଡର୍ ତା’ର ଉଭୟ ଓପନର – ସୁନିଲ ନାରାୟଣ (୫) ଏବଂ କ୍ୱିଣ୍ଟନ୍ ଡି କକ୍ (୨)ଙ୍କ ୱିକେଟ ହରାଇଥିଲା। KKR ୧.୨ ଓଭରରେ ମାତ୍ର ୭ ରନରେ ୨ ୱିକେଟ ହରାଇ ପଛକୁ ଟାଣି ହେଇ ଯାଇଥିଲା। ପରେ ଅଧିନାୟକ ଅଜିକେ ରାହାଣେ ଓ ଯୁବ ଖେଳାଳି ଅଙ୍କୁଶ ରଘୁବଂଶୀ ୫୫ ରନର ଭାଗୀଦାରି କରି ଇନିଂସକୁ ସ୍ଥିର କରି ବିଜୟ ଆଡକୁ ଅଗ୍ରସର ହେଉଥିଲେ। କିନ୍ତୁ ଚହଲ ଏହି ପାର୍ଟନରସିପକୁ ଭାଙ୍ଗି ନିଜ ଦଳକୁ ଫୁଣି ଥରେ ଟ୍ରାକକୁ ଫେରାଇ ଆଣିଥିଲେ।
ପ୍ରକୃତରେ, ୟୁଜଭେନ୍ଦ୍ର ଚହଲଙ୍କ ଯାଦୁକରୀ ପ୍ରଦର୍ଶନ ଫଳରେ ମ୍ୟାଚ ଓଲଟ ପାଲଟି ହୋଇ ଯାଇଥିଲା। ସେ ତାଙ୍କ ସ୍ପେଲରେ ୨୦ ରନ ଦେଇ ମୂଲ୍ୟବାନ ୪ ୱିକେଟ ନିଜ ନାମରେ କରିଥିଲେ, ପ୍ରଥମେ KKR ଅଧିନାୟକ ଅଜିକେ ରାହାଣେ (୧୭), ରଘୁବଂଶୀ (୩୭), ରିଙ୍କୁ ସିଂହ (୨), ଏବଂ ରମନଦୀପ ସିଂହଙ୍କୁ (0)ରେ ଆଉଟ୍ କରି ଚହଲ KKR ହାତରୁ ମ୍ୟାଚଟିକୁ ନିଜ ଆଡକୁ ଟାଣି ଆଣିଥିଲେ। ଅନ୍ୟପଟେ ତାଙ୍କ ସାଥ ଦେଇଥିଲେ ଗ୍ଲେନ ମ୍ୟାକ୍ସୱେଲ୍ ଯିଏ ଭେଙ୍କଟେଶ ଆୟର (୭)ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ KKRର ଚାପ ବୃଦ୍ଧି କରିଥିଲେ।
୧୩ ଓଭରରେ ୮ ୱିକେଟ୍ ହରାଇ ୭୯ ରନ୍ କରିବା ସତ୍ତ୍ୱେ, କେକେଆର ପାଖରେ ଆଉ ଗୋଟିଏ ଆଶା ଥିଲା – ଆନ୍ଦ୍ରେ ରସଲ, ଯେ କି ତାଙ୍କର ବଡ଼ ହିଟିଂ ପାଇଁ ଜଣାଶୁଣା, ରସଲ ୧୪ତମ ଓଭରରେ ୧୬ ରନ୍ କରି କେକେଆରକୁ ବିଜୟ ଧାରାରେ ବଜାୟ ରଖିଥିଲେ। ଶେଷ ୬ ଓଭରରେ ସେମାନଙ୍କୁ କେବଳ ୧୭ ରନ୍ ଆବଶ୍ୟକ ଥିଲା ଏବଂ ହାତରେ ୨ଟି ୱିକେଟ୍ ବାକି ଥିଲା।
୬ ଓଭରରେ ବାକି ରହିଥିଲା ମାତ୍ର ୧୭ ରନ। ଏଥର ଅର୍ଶଦୀପ ଦମ୍ ଦେଖାଇଥିଲେ । ୧୫ ତମ ଓଭର ସେ ମେଡେନ ନେବା ସହ ବୈଭବ ଆରୋରାଙ୍କୁ ଆଉଟ୍ କରିଥିଲେ। ତା’ର ପରବର୍ତ୍ତୀ ଓଭରରେ, ମାର୍କୋ ଜାନସନ୍ ଆନ୍ଦ୍ରେ ରସଲଙ୍କୁ ୧୭ ରନ୍ ରେ କ୍ଲିନ୍ ବୋଲ୍ଡ କରିଥିଲେ, ଯାହା ଫଳରେ PBKS ଉଲ୍ଲେଖନୀୟ ୧୬ ରନରେ ବିଜୟ ହାସଲ କରିଥିଲା। PBKS ସ୍ମାର୍ଟ, ଆକ୍ରମଣାତ୍ମକ ଏବଂ ଶୃଙ୍ଖଳିତ ବୋଲିଂ ସହିତ ଏକ କମ୍ ସ୍କୋରକୁ ବିଜୟୀ ସ୍କୋରରେ ପରିଣତ କରିଥିଲେ।
KKR vs PBKS ମ୍ୟାଚରେ ଟର୍ଣ୍ଣିଂ ପଏଣ୍ଟ: ମଧ୍ୟ ଓଭର ଚାପ
ଚହଲଙ୍କ ବୋଲିଂ ମୁଖ୍ୟ ଆକର୍ଷଣ ଥିଲେ ମଧ୍ୟ, ଅନ୍ୟ ପାର୍ଶ୍ୱରୁ ସମର୍ଥନକୁ ମଧ୍ୟ ଶ୍ରେୟ ଦେବାକୁ ପଡିବ। ମଧ୍ୟମ ଓଭରଗୁଡ଼ିକ ଟର୍ଣ୍ଣିଂ ପଏଣ୍ଟ ପ୍ରମାଣିତ ହେଲା। PBKS ବୋଲରମାନେ କୌଣସି ସହଜ ସିଙ୍ଗଲ୍ସ କିମ୍ବା ବାଉଣ୍ଡରୀ ମାରିବାକୁ ଦେଇନଥିଲେ। ଯାହା ଫଳରେ KKR ଚାପରେ ପଡିଯାଇଥିଲା।
PBKS ଫିଲ୍ଡରଙ୍କ ଶାନ୍ତତା ଏବଂ ତୀକ୍ଷ୍ଣ ଅଧିନାୟକତ୍ୱ ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କାରଣ ପ୍ରତ୍ୟେକ ଓଭର KKR ପାଇଁ ଚାପ ସୃଷ୍ଟି କରି ଚାଲିଥିଲା ଏବଂ KKR ଶେଷରେ ଭାଙ୍ଗି ପଡିଥିଲା।
ପ୍ଲେୟର ଅଫ ଦି ମ୍ୟାଚ:
ୟୁଜଭେନ୍ଦ୍ର ଚହଲ ଏହି ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚର ମାନ୍ୟତା ପାଇଛନ୍ତି। ଯେତେବେଳେ ମ୍ୟାଚ୍ ହାରିଯିବା ପରି ମନେ ହେଉଥିଲା ସେତେବେଳେ ତାଙ୍କର ସ୍ପେଲଟି ମ୍ୟାଚ୍ କୁ ବଦଳାଇ ଦେଇଥିଲା। ତୀକ୍ଷ୍ଣ ମୋଡ଼, ଚତୁର ଚିନ୍ତା ଧାରା ଏବଂ ନିର୍ଭୀକ ମନୋଭାବ ସହିତ, ସେ ପ୍ରମାଣ କରି ଦେଖାଇ ଦେଲେ ଯେ, ସେ କାହିଁକି ଏବେ ବି T20 କ୍ରିକେଟରେ ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ ଜଣେ।
ଏହି ବିଜୟ ସହିତ, PBKS କେବଳ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିନାହିଁ ବରଂ ସମସ୍ତ ଦଳକୁ ଏକ ବାର୍ତ୍ତା ମଧ୍ୟ ଦେଇଛି – ନିଜ ବିପଦରେ ନିଜକୁ କେବେ ବି କମ ବୋଲି ଭାବନି।