IND vs NZ Champions Trophy 2025: ଭାରତ ତୃତୀୟ ଥର CT ଟାଇଟେଲ ଜିତିଲା।

ଦୁବାଇ, ୧୦|୩: IND vs NZ CT Highlights: ପ୍ରତି ମୁହୂର୍ତ୍ତରେ ଛାତି ଧଡ଼ଧଡ଼ ହେଉଥିଲା, ସ୍କୋର ବୋର୍ଡରେ ଆଗୁଆ ବଲ୍ ଓ ରନ୍ ମଧ୍ୟରେ କଡା ଟକ୍କର। ପ୍ରାରମ୍ଭରେ ସବୁ କିଛି ସହଜ ଥିଲା, କିନ୍ତୁ ପ୍ରଥମ ୱିକେଟ୍ ପରେ ସ୍ଥିତି ବଦଳିଯାଇଥିଲା। କ୍ରିକେଟ୍ ପ୍ରେମୀଙ୍କ ମନରେ ଚିନ୍ତା ଝରକୁଥିଲା। ଉତ୍ତେଜନା ଓ ଭାବପ୍ରବଣତା ମଧ୍ୟରେ ନିଶ୍ବାସ ଓ ପ୍ରଶ୍ୱାସ ମଧ୍ୟରେ ୪୯ ଓଭରରେ ଅନ୍ତିମ ଘଟିଲା। ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟୀ ହେଲା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରୁ ଏହି ବିଜୟ ସମାରୋହ ଧୁମଧାମରେ ପାଳିତ ହୋଇଥିଲା, ଏହି ଉଲ୍ଲାସ ସାରା ଭାରତରେ ଅଦିନିଆ ଏକ ନୂତନ ଦୀପାବଳି ଉତ୍ସବର ଭ୍ରମ ସୃଷ୍ଟି କରିଥିଲା।
ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ଭାରତ ସେହି ବିଜୟ ଲକ୍ଷ୍ୟକୁ ପ୍ରତିଫଳ କରି ୪୯ ଓଭରରେ ବିଜୟୀ ହୋଇଥିଲା। ରବିନ୍ଦ୍ର ଜାଡେଜା ଚୌକା ମାରି ଭାରତକୁ ଜିତାଇଥିଲେ। ରୋହିତ ଶର୍ମା ଅର୍ଦ୍ଧଶତକର ଏକ ସନ୍ଦାର ପାରି ଖେଳି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ପ୍ଲେୟାର ଅଫ୍ ଦ ସିରିଜ୍ ରୂପେ ବିବେଚିତ ହୋଇଥିଲେ। ଏହି ବିଜୟ ସହିତ, ଭାରତ ତୃତୀୟ ଥର Champions Trophy Tournament ଜିତି ଏକ ମାଇଲ ଖୁଣ୍ଟ ଠିଆ କରିଛି, ଯେତେବେଳେ ଅନ୍ୟ କୌଣସି ଦେଶ ଏହିପରି ବିରଳ ରେକର୍ଡ କରିପାରିନାହାନ୍ତି। ଏହା ପୂର୍ବରୁ ଭାରତ ୨୦୦୨ ଏବଂ ୨୦୧୩ ରେ Champions Trophy ର ବିଜେତା ହୋଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଗତ କ୍ରମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ଏହି ଚାମ୍ପିଅନ୍ସ ଟ୍ରଫି ଜିତି ସାରା ଦୁନିଆରେ ସମ୍ମାନିତ ହୋଇଛି।
‘ହିଟମ୍ୟାନ’ ରୋହିତ ଶର୍ମା ଓ ଶୁଭମନ ଗିଲ ଯେଉଁପରି ଆରମ୍ଭ କରିଥିଲେ, ସେଥିରୁ ତାଙ୍କର ପ୍ରଦର୍ଶନ ଅତି ପ୍ରଶଂସନୀୟ ଥିଲା। ରୋହିତ ଛକା ମାରି ସେ ତାଙ୍କର ଖାତା ଖୋଲିଥିଲେ। ହିଟମ୍ୟାନଙ୍କର ଚୌକା ଓ ଛକା ଦ୍ୱାରା ଦର୍ଶକମାନେ ଉତ୍ସାହିତ ହେଉଥିଲେ, ଯାହା ନ୍ୟୁଜିଲାଣ୍ଡ ଉପରେ ଚାପ ବଢ଼ାଇଥିଲା। ଫାଇନାଲରେ, ବିସ୍ଫୋରକ ଇନିଂସ ଖେଳି ରୋହିତ ୪୧ ବଲରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ।

୧୭ ଓଭରରେ ଓପନିଂ ଯୋଡ଼ି ଶହେ ରନ୍ ପୂରଣ କରିଥିଲେ। ୧୮.୪ ଓଭରରେ ଗିଲଙ୍କର କ୍ୟାଚ୍ ଥିଲା, ଯାହା ମ୍ୟାଚ୍ ର ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା। ସେହି ସମୟରେ ଭାରତର ବିଜୟ ସହଜ ଲାଗୁଥିଲା। କିନ୍ତୁ, ଫିଲିପ୍ସ ସୁପରମ୍ୟାନଙ୍କ ଭଳି ସର୍ଟ ଏକ୍ସଟ୍ରା କଭରରେ, ଗିଲଙ୍କର କ୍ୟାଚ୍ ଧରିବା ଅବିଶ୍ବସନୀୟ ଓ ଅବର୍ଣ୍ଣନୀୟ ଥିଲା। ସେହି କ୍ୟାଚ୍ ନିଶ୍ଚୟ ଭାରତର ବିଜୟକୁ ନେଇ ଏକ ଚମତ୍କାରିକ ପରିବେଶ ସୃଷ୍ଟି କରିଥିଲା।
Also Read: Volvo XC90: ସୁରକ୍ଷିତ, ବିଳାସପୂର୍ଣ୍ଣ ଏବଂ ନବସୃର୍ଜନର ଏକ ଉତ୍ତମ ମିଶ୍ରଣ…
ବିରାଟ କୋହଲି (୧) ରନ କରି ଆଉଟ ହେବା ପରେ କ୍ରିକେଟ ପ୍ରେମୀ ମାନଙ୍କ ମନରେ ନିରାଶର ପରିବେଶ ସୃଷ୍ଟି କରିଥିଲା। ଗିଲ ଆଉଟ୍ ହେବା ପରେ, ରୋହିତଙ୍କ ବ୍ୟାଟ୍ ଶାନ୍ତ ହୋଇଯାଇଥିଲା। ଦର୍ଶକମାନେ ତାଙ୍କଠୁ ଶତକୀୟ ଇନିଂସ ଅପେକ୍ଷା କରିଥିଲେ, କିନ୍ତୁ ସେ ସେଥିରେ ବିଫଳ ହୋଇଗଲେ। ସେ ୭ଟି ଚୌକା ଓ ୩ଟି ଛକା ମାରି ୭୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ବାସ, ଏହି ଘଟଣା ପରେ ଖେଳର ମୋଡ଼ ନିଶ୍ଚିତ ଭାବେ ବଦଳିଗଲା। ଆରମ୍ଭରୁ ବିଜୟ ଯେତେକି ସହଜ ଲାଗୁଥିଲା, ଧୀରେ ଧୀରେ ଜଟିଳ ହେବା ଆରମ୍ଭ କଲା। ନ୍ୟୁଜିଲାଣ୍ଡ ସ୍ପିନରମାନେ ଚାପ ପକାଇବାରେ ସଫଳ ହୋଇଥିଲେ, ଫଳରେ ଦର୍ଶକମାନଙ୍କ ଛାତି ପ୍ରତି ମୁହୂର୍ତ୍ତରେ ଧଡ଼ଧଡ଼ ହେଉଥିଲା।
ଶ୍ରେୟାସ୍ ଆୟରଙ୍କର ଇନିଂସ ଅତି ଗୁରୁତ୍ବପୂର୍ଣ୍ଣ ଥିଲା। ସେ ଅକ୍ଷର ପଟେଲଙ୍କ ସହ ଅର୍ଦ୍ଧଶତକୀୟ ଭାଗିଦାରୀ ଗଢ଼ିଥିଲେ, କିନ୍ତୁ ଏହି ଇନିଂସରେ ସେ (୪୮) ଅର୍ଦ୍ଧଶତକ ପୁରା କରି ପାରିଲେ ନାହିଁ। ମ୍ୟାଚ୍ ଲମ୍ବି ଚାଲିଥିଲା, ତୀବ୍ର ପ୍ରତିଦ୍ବନ୍ଦିତା ପ୍ରତି କ୍ଷଣ ଅନୁଭବ ହୋଇଥିଲା। ଅକ୍ଷର (୨୯) ଆଉଟ୍ ହେବା ପରେ ଗରମାଗରମ ହୋଇ ପଡ଼ିଥିଲା। କେ ଏଲ୍ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ବିଜୟୀ କରିବେ ଏହା ସମସ୍ତଙ୍କର ବିଶ୍ୱାସ ଥିଲା, କିନ୍ତୁ ପାଣ୍ଡ୍ୟା (୧୮) ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ଏହାର ଅନ୍ତିମ ସମୟରେ ସଂଘର୍ଷ କରାଇଥିଲେ। ଶେଷରେ, ଜାଡେଜା ଓ ରାହୁଲ ଦଳକୁ ୪୯ ଓଭରରେ ଜିତାଇଥିଲେ, ଏବଂ ଚୌକା ମାରି ଜାଡେଜା ଦଳକୁ ଟ୍ରଫି ଭେଟିଦେଲେ। ଦଳଗତ ପ୍ରଦର୍ଶନ ଏବଂ ଲିଗରୁ ଫାଇନାଲ ପର୍ଯ୍ୟନ୍ତ ଅପରାଜିତ ରହି ଭାରତ ଏହି ଟ୍ରଫିକୁ ତୃତୀୟ ଥର ପାଇଁ ହାତେଇଥିଲା।
ଟର୍ଣ୍ଣିଙ୍ଗ ଟ୍ରାକରେ ଅଧିନାୟକ ମିଚେଲ ସାଣ୍ଟନ ଟସ୍ ଜିତି ଏକ ବଡ଼ ସ୍କୋର ସୃଷ୍ଟି କରିବାର ଲକ୍ଷ ରଖିଥିଲେ, କିନ୍ତୁ ତାହା ସଫଳ ହୋଇନଥିଲା। ଯଦିଓ ଓପନର ରଚିନ ରବିନ୍ଦ୍ର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ଛକା ସହିତ ୨ଟି ଚୌକା ମାରିଥିଲେ। ପ୍ରଥମ ୫ ଓଭରରେ ଓପନିଂ ଯୋଡ଼ି ୩୭ ରନ୍ ସଂଗ୍ରହ କରିନେଇଥିଲେ। ହାର୍ଦ୍ଦିକଙ୍କୁ ବିଶ୍ରାମ ଦେଇ ଲିଗରେ ଘାତକ ସାଜିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଲଗାଇଥିଲେ ରୋହିତ। ବରୁଣ ଓପନିଂ ଯୋଡ଼ି ଭାଙ୍ଗିଲେ। ୱିଲ ୟଙ୍ଗଙ୍କୁ (୧୫) ଏଲବିଡବ୍ଲ୍ୟୁ କରି ଖାତା ଖୋଲିଥିଲେ।
ଯୋଡ଼ି ଭାଙ୍ଗିବା ପରେ, ରନ ଗତି ଧୀର ହୋଇ ଯାଇଥିଲା। ରଚିନ ରବିନ୍ଦ୍ର ଭାରତୀୟ ସ୍ପିନରଙ୍କୁ ପଢ଼ିବାରେ ବିଫଳ ହୋଇଥିଲେ। ଶେଷରେ, କୁଲଦୀପ ଯାଦବଙ୍କ ହାତରେ ୱିକେଟ୍ ଟେକିଦେଇ ସେ (୩୭) ଫେରିଯାଇଥିଲେ। କୁଲଦୀପ ଆଉ ଏକ ବିପର୍ଯ୍ୟୟ ଘଟାଇ, କେନ ୱିଲିୟମସନଙ୍କୁ ମାତ୍ର ୧୧ ରନ୍ ରେ ଆଉଟ୍ କରିଥିଲେ। ନ୍ୟୁଜିଲାଣ୍ଡ ୭୫ ରନ୍ ରେ ୩ ପ୍ରମୁଖ ବ୍ୟାଟରଙ୍କୁ ହରାଇ, ସଙ୍କଟରେ ରହିଥିଲା। ରନ ଗତି ସଂଖ୍ୟାନୁସାରେ ବହୁତ ଧୀର ଥିଲା। ଶେଷରେ, ୨୦ ଓଭରରେ, ଦଳ ଶତକୀୟ ରନ୍ ଅତିକ୍ରମ କରିଥିଲା।
ଡାରେଲ ମିଚେଲ ତାଙ୍କର ପ୍ରଦର୍ଶନ କୁ ଜାରି ରଖିଥିଲେ, ଏବଂ ଟମ୍ ଲାଥମଙ୍କ ସହିତ ତାଙ୍କର ଭଲ ସହଯୋଗ ଥିଲା। ଶେଷରେ, ରବିନ୍ଦ୍ର ଜାଡେଜା ଆସି ଏହି ଯୋଡ଼ିକୁ ଭାଙ୍ଗିଦେଲେ। ଲାଥମଙ୍କୁ (୧୪) ଏଲବିଡବ୍ଲ୍ୟୁ କରି ସେ ଆଉଟ୍ ହୋଇଥିଲେ। ଗ୍ଲେନ ଫିଲିପ୍ସ ଓ ମିଚେଲଙ୍କର ଅର୍ଦ୍ଧଶତକୀୟ ଭାଗିଦାରୀ ଭାରତ ପାଇଁ କିଛି ଚିନ୍ତାର କାରଣ ପାଲଟିଥିଲା। ଫିଲିପ୍ସ ୩୪ ରନ୍ ସହ ୨ଟି ଚୌକା ଏବଂ ୧ଟି ଛକା ମାରିଥିଲେ। ବରୁଣ ଫିଲିପ୍ସକୁ ଚମତ୍କାର ଗୁଗଲିରେ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପୂର୍ବରୁ, ରୋହିତ ଶର୍ମା ଓ ଶୁଭମନ ଗିଲ ଏକ ସ୍କୋୟାର ଲେଗରେ ଫିଲିପ୍ସଙ୍କର କ୍ୟାଚ ହାତଛଡ଼ା କରିଥିଲେ।
ଡାରେଲ ମିଚେଲ ଓ ମାଇକେଲ ବ୍ରେସୱେଲ ଧୈର୍ଯ୍ୟର ପରିଚୟ ଦେଇ ଦଳର ସ୍ଥିତିକୁ ଉନ୍ନତ କରିବା ପ୍ରୟାସ କରିଥିଲେ। ମିଚେଲ ୯୧ ବଲରେ ଅର୍ଦ୍ଧଶତକ ପୂରଣ କରି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସେ ୪୬ ଓଭରରେ ମହମ୍ମଦ ସାମିଙ୍କୁ ୨ଟି ଚୌକା ମାରିବା ପରେ ଅଗ୍ରସର ହୋଇ ଓଭରର ଚତୁର୍ଥ ବଲରେ ଆଉଟ୍ ହୋଇଥିଲେ। ସେ ୧୦୧ ବଲ ଖେଳି ୩ଟି ଚୌକା ମାରି ୬୩ ରନ୍ କରିଥିଲେ।
ଶେଷରେ, ବ୍ରେସୱେଲ ଅପରାଜିତ ରହି ୫୩ ରନ୍ କରିଥିଲେ। ସେ ୪୪ ବଲରୁ ୩ଟି ଚୌକା ଓ ୨ଟି ଛକା ମାରି ସାଧାରଣତଃ ଦଳୀୟ ସ୍କୋରକୁ ୭/୨୫୧ ରନ୍ରେ ପହଞ୍ଚାଇଥିଲେ। ଅଧିନାୟକ ସାଣ୍ଟନର (୮) ରନ ଆଉଟ୍ ହୋଇଥିଲେ। ବରୁଣ ଓ କୁଲଦୀପ ସେହି ସମୟରେ ୨ଟି ୱିକେଟ୍ ନେଇ ଦଳକୁ ସାହାଯ୍ୟ କରିଥିଲେ।
India ICC Trophy wins over the years | |||||
Year | Tournament | Captain | Final Opponent | Venue | Result |
1983 | ODI World Cup | Kapil Dev | West Indies | Lord’s, England | India won by 43 runs |
2002 | Champions Trophy (Shared with sri lanka) | Sourav Ganguly | Sri Lanka | Colombo, Sri Lanka | Trophy shared due to rain |
2007 | ICC World Cup | MS Dhoni | Pakistan | Johannesburg, South Africa | India won by 5 Run |
2013 | ODI World Cup | MS Dhoni | Sri Lanka | Mumbai, India | India won by 6 Wicket |
2017 | Champions Trophy | MS Dhoni | England | Edgbaston, England | India won by 5 runs |
2024 | T20 World Cup | Rohit Sharma | South Africa | Barbados | India Won |
2025 | ICC Champions Trophy | Rohit Sharma | New Zealand | Dubai | India won by 4 wickets |