April 19, 2025

ICC Champions Trophy 2025: ଆଠ ବର୍ଷର ବିରତି ପରେ ଫୁଣି ହେବାକୁ ଯାଉଛି, ଆଇସିସି ଚାମ୍ପିଅନ୍ସ ଟ୍ରଫି

0
ICC Champions Trophy 2025

୨୯ ବର୍ଷ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ICC ଇଭେଣ୍ଟ (ଚାମ୍ପିଅନ୍ସ ଟ୍ରଫି) ଆୟୋଜନ କରୁଛି, ଯାହା ଫେବୃଆରୀ 19, 2025 ରେ ଆରମ୍ଭ ହେବାକୁ ଯାଉଛି।

ICC Champions Trophy 2025, ଆଠ ବର୍ଷର ବିରତି ପରେ ଏହି ଟୁର୍ଣ୍ଣାମେଣ୍ଟଟି ଫେରିବାକୁ ଯାଉଛି, ଯାହାକୁ ପାକିସ୍ତାନ ଫେବୃଆରୀ 19 ରୁ ମାର୍ଚ୍ଚ ୯ ପର୍ୟ୍ଯନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବ। ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ଼ ମଡେଲ ନିୟମ ଅନୁଯାୟୀ, ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ। 2023 ICC ODI ବିଶ୍ବକପର ସ୍ଥିତି ଦ୍ୱାରା 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ନିର୍ଣ୍ଣୟ କରାଯାଇଥିଲା ଯେଉଁଥିରେ ଶ୍ରେଷ୍ଠ ଆଠଟି ଦଳ ସ୍ଥାନ ପାଇଛି।

ICC Champions Trophy 2025 ରେ ସ୍ଥାନ ପାଇଥିବା ଆଠଟି ଶ୍ରେଷ୍ଠ ଦଳକୁ 2 ଗ୍ରୁପରେ ବିଭକ୍ତ କରାଯାଇଛି:

Group A: ପାକିସ୍ତାନ, ଇଣ୍ଡିଆ, ବାଂଲାଦେଶ, ନ୍ୟୁଜଲାଣ୍ଡ
Group B: ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ସାଉଥ ଆଫ୍ରିକା

ଟୁର୍ଣ୍ଣାମେଣ୍ଟ ଫର୍ମାଟ ଅନୁଯାୟୀ, ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରୁପ ର ପ୍ରତ୍ୟେକ ଦଳ ବିପକ୍ଷରେ ଥରେ ଲେଖାଏଁ ଖେଳିବେ। ପ୍ରତ୍ୟେକ ଗ୍ରୁପ ରୁ ଦୁଇଟି ଶ୍ରେଷ୍ଠ ଦଳ ସେମିଫାଇନାଲକୁ ଯିବେ ଏବଂ ସେମିଫାଇନାର ବିଜେତାଙ୍କ ମଧ୍ୟରେ ଫାଇନାଲ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟଟି ଫେବୃଆରୀ ୧୯ ରେ କରାଚୀ ନ୍ୟାସନାଲ ଷ୍ଟାଡ଼ିୟମରେ ଆରମ୍ଭ ହେବାକୁ ଯାଉଛି, ଯାହାକି ନ୍ୟୁଜଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

Also Read: ICC Champions Trophy 2025 IND vs NZ: ଟାଇଟେଲ ଲଢ଼େଇରେ ସାମ୍ନା ସାମ୍ନି ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ

ICC Champions Trophy 2025 IND vs NZ Final Match

ଦୁଇଥର ଚାମ୍ପିଅନ୍ ଏବଂ 2017 ରନର୍ସଅପ ଭାରତ ତା’ର ସମସ୍ତ ଗ୍ରୁପ ଷ୍ଟେଜ ମ୍ୟାଚ ଦୁବାଇରେ ଖେଳିବ। ଟୁର୍ଣ୍ଣାମେଣ୍ଟ ଫର୍ମାଟ ଅନୁଯାୟୀ, ଭାରତ ତା’ର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଫେବୃଆରୀ 20 ରେ ଖେଳିବ ଏବଂ ଦ୍ଵିତୀୟ ମ୍ୟାଚଟି ପାକିସ୍ତାନ ସହିତ ଖେଳିବ। ଯାହାକୁ ନେଇ ସମସ୍ତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଉତ୍ସାହ ଭରି ରହିଛି। ଏହା ଏକ ରୋମାଞ୍ଚକର ସପ୍ତାହ ହେବ ବୋଲି ଅନୁମାନ କରାଯାଉଛି, ଏଥିସହିତ 2024 ଡିଫେଣ୍ଡିଙ୍ଗ ODI ବିଶ୍ୱକପର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏକ ତୀବ୍ର ପ୍ରତିଦ୍ବନ୍ଦିତାରେ ଇଂଲଣ୍ଡ ସହିତ ଫେବୃଆରୀ 22 ରେ ମୁହାଁମୁହିଁ ହବ।

ଆଠ ବର୍ଷର ବିରତି ପରେ ICC Champions Trophy 2025 ଫେରି ଆସିଛି ଏହି ପ୍ରତିଯୋଗୀତା ୧୯ ଦିନ ଧରି ଚାଲିବ, ଯେଉଁଥିରେ ଆଠଟି ଅଂଶଗ୍ରହଣକାରୀ ଦଳ ମଧ୍ୟରେ ୧୫ ଟି ମ୍ୟାଚ ଖେଳାଯିବ। ସେମିଫାଇନାଲ ମାର୍ଚ୍ଚ ୪ ରେ ଦୁବାଇ ରେ ଏବଂ ମାର୍ଚ୍ଚ ୫ ରେ ଲାହୋର ଠାରେ ଅନୁଷ୍ଠିତ ହେବ ଏବଂ ଶେଷ ମ୍ୟାଚ ବା ଫାଇନାଲ ମ୍ୟାଚ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଯଦି ଭାରତ ଫାଇନାଲ ଖେଳିବ ପାଇଁ ଯୋଗ୍ୟତା ହାସଲ କରେ ତେବେ ଏହି ପରିସ୍ଥିତିରେ ଏହାକୁ ଦୁବାଇ କୁ ସ୍ଥାନାନ୍ତର କରାଯିବ।

Complete fixtures of the ICC Champion Trophy 2025

Date Teams Venue Time(IST)
February 19 Pakistan vs New Zealand,Group A National Stadium, Krachi 2.30
February 20 India vs Bangaladesh, Group A Dubai International Criket Stadium 2.30
February 21 Afganistan vs South Africa, Group B National Stadium ,Karachi 2.30
February 22 Australia vs England, Group B Gaddafi Stadium , Lahore 2.30
February 23 India vs Pakistan , Group A Dubai International Criket Stadium 2.30
February 24 Bangladesh vs New Zealand, Group A Rawalpindi Criket Stadium 2.30
February 25 Australia vs South Africa, Group B Rawalpindi Criket Stadium 2.30
February 26 Afganistan vs England , Group B Gaddafi Stadium, Lahore 2.30
February 27 Pakistan vs Bangladesh , Group B Rawalpindi Criket Stadium 2.30
February 28 Afganistan vs Australia, Group B Gaddafi Stadium, Lahore 2.30
March 1 South Africa vs England , Group B National Stadium, Krachi 2.30
March 2 India vs New Zealand ,Group A Dubai International Criket Stadium 2.30
March 4 TBC VS TBC , 1st Semi-final Dubai International Criket Stadium 2.30
March  5 TBC vs TBC , 2nd Semi-final Gaddafi Stadium, Lahore 2.30
March 9 TBC vs TBC,Final Lahore/Dubai 2.30

Leave a Reply

Your email address will not be published. Required fields are marked *