Countdown to eradicate Maoists: “କାଉଣ୍ଟଡାଉନ”- ନକ୍ସଲ ଦମନ ମାର୍ଚ୍ଚ 2026

ରାୟପୁର: ଦେଶରୁ ସମ୍ପୂର୍ଣ୍ଣ Countdown to eradicate Maoists କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମାକୁ ଧ୍ୟାନରେ ରଖି 365 ଦିନିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଛତିଶଗଡ଼ ର ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ ଶନିବାର ଦିନ ସୂଚନା ଦେଇଛନ୍ତି ଯେ, ଜାନୁଆରୀ 2024 ପରଠାରୁ କର୍ତ୍ତୃପକ୍ଷ 310 ଜଣ ମାଓବାଦୀଙ୍କୁ ସଫଳତାର ସହ ନିପାତ କରିବାରେ ସଫଳ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ବସ୍ତର ଡିଭିଜନରେ ପ୍ରାୟ 400 ସଶସ୍ତ୍ର ମାଓବାଦୀ ସକ୍ରିୟ ରହିଛନ୍ତି। 2021 ମସିହା ପରଠାରୁ ମୋଟ 385 ଜଣ ମାଓବାଦୀ ଜୀବନ ହରାଇଛନ୍ତି, ଯାହାର ଅର୍ଥ ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଓବାଦୀ ଗତ ବର୍ଷ ପ୍ରାଣ ହରାଇଛନ୍ତି।
ଯାହା ସୂଚାଇ ଦେଉଛି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଙ୍କ ମାର୍ଚ୍ଚ 2026 ସୁଦ୍ଧା ମାଓବାଦୀ ମୁକ୍ତ ଦେଶ କରିବାର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିଛି। ଏହା ବ୍ୟତୀତ, ସୁନ୍ଦରରାଜଙ୍କ ଅନୁଯାୟୀ, ମାଓବାଦୀ କେନ୍ଦ୍ରୀୟ କମିଟି ଯଥେଷ୍ଟ ଦୁର୍ବଳ ହୋଇଯାଇଛି, ବର୍ତ୍ତମାନ ଏଥିରେ କେବଳ 12-14 ଜଣ ସକ୍ରିୟ କମାଣ୍ଡର ଅଛନ୍ତି। ଆଇଜି ଙ୍କ ସୂଚନା ଅନୁସାରେ ବସ୍ତର ଡିଭିଜନରେ ପ୍ରାୟ 1,200 ମାଓବାଦୀ ରହିଛନ୍ତି। “ସେମାନଙ୍କ ପାଇଁ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରିବା କିମ୍ବା ସୁରକ୍ଷା ବାହିନୀ ସହିତ ଶେଷ ମୁକାବିଲା କରିବା ପାଇଁ ଦ୍ୱାର ଖୋଲା ଅଛି।”
“୨୦୨୧ ମସିହା ପରଠାରୁ, ୩୮୫ ଜଣ ମାଓବାଦୀଙ୍କୁ ହତ୍ୟା କରାଯାଇଥିବା ବେଳେ, ପ୍ରାୟ ୪୦୦ ସଶସ୍ତ୍ର ମାଓବାଦୀ ଏବେ ବି ବସ୍ତରରେ ଅଛନ୍ତି। ଅତିରିକ୍ତ 700-800 ମିଲିସିଆର ଅଂଶ, ଚେତନା ନାଟ୍ୟ ମଞ୍ଚ ଏବଂ ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଂଘ (DAKMS) ଭଳି ସାଂସ୍କୃତିକ ସଙ୍ଗଠନ ସହିତ ଜଡିତ ଅଛନ୍ତି। କେନ୍ଦ୍ରୀୟ କମିଟି ମଧ୍ୟ ସଙ୍କୁଚିତ ହେଉଛି। ସୁନ୍ଦରରାଜ ଜୋର ଦେଇ କହିଛନ୍ତି ଯେ ଆମର ଟାର୍ଗେଟ ଏବଂ ପ୍ରାଥମିକ ଧ୍ୟାନ ହେଉଛି, PLGA ଗୋଷ୍ଠୀ ଏବଂ ବାଟାଲିୟନ-1 ର ବରିଷ୍ଠ ପଦାଧିକାରୀ, ଯାହାର ନେତୃତ୍ୱ ଘାତକ ମାଓବାଦୀ ମାଡଭି ହିଡମା ନେଉଛନ୍ତି। ଯେଉଁ ଅଞ୍ଚଳ ସୁରକ୍ଷା ବାହିନୀର କଡ଼ା ନଜରରେ ରହିଛି। ଯେଉଁଠାରେ ପୋଲିସ ଶିବିର ପ୍ରତିଷ୍ଠା ଯୋଗୁଁ ରାସ୍ତା, ପାଣି ଏବଂ ବିଦ୍ୟୁତ୍ ଭଳି ମୌଳିକ ଆବଶ୍ୟକତା ପୂରଣ ହେଉଛି।
ଗତ ଚାରି ବର୍ଷ ମଧ୍ୟରେ ଅନେକ କେନ୍ଦ୍ରୀୟ କମିଟି ସଦସ୍ୟ ବୟସ ସମ୍ବନ୍ଧୀୟ ରୋଗ ଯୋଗୁଁ ମୃତ୍ୟୁବରଣ କରିଛନ୍ତି କିମ୍ବା ଗିରଫ ହୋଇଛନ୍ତି, ଏବଂ ଯେଉଁମାନେ ବାକି ଅଛନ୍ତି ସେମାନେ ମଧ୍ୟ ମାଓବାଦୀମାନଙ୍କ ଅନ୍ତ ସହିତ ସ୍ୱୟଂଚାଳିତ ଭାବରେ ନିପାତ ହୋଇଯିବେ, ପୋଲିସ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି। PLGA କ୍ୟାଡ଼ରଙ୍କ ଭଳି ସେମାନଙ୍କୁ ସହାୟତା କରୁଥିବା ମିଲିସିଆ ମାନେ ମଧ୍ୟ ବିପଦଜ୍ଜନକ। କିନ୍ତୁ ସେମାନଙ୍କୁ ମୁଖ୍ୟଧାରାକୁ ଆଣିବା ଉପରେ ଧ୍ୟାନ ଦିଆଯାଉଛି, କାରଣ ସେମାନେ “ଜିସକା ଦମ୍ ଉସକେ ହମ୍ (ଆମେ ଶକ୍ତିଶାଳୀଙ୍କ ସହିତ ଠିଆ ହୋଇଛୁ)” ବାକ୍ୟାଂଶକୁ ବୁଝନ୍ତି। “ସେମାନେ ଏବେ ବୁଝି ଗଲେଣି ଯେ, ମାଓବାଦୀ ମାନେ ସେମାନଙ୍କୁ ତାଙ୍କ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି।
ପୂର୍ବତନ ମାଓବାଦୀ ବଦରାନ୍ନା, ଯିଏ ବର୍ତ୍ତମାନ ଜଗଦଲପୁରରେ ବାସ କରନ୍ତି, ସେ ତାଙ୍କର ମତ ରଖିଛନ୍ତି ଯେ ନକ୍ସଲବାଦର ସମାଧାନ ଶାନ୍ତି ଆଲୋଚନା ଆରମ୍ଭ କରିବାରେ ନିହିତ।
ତଥାପି, ସୁରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ଯେ, ମାଓବାଦୀଙ୍କ ସଠିକ୍ ଗଣନା ପାଇବା ଅସମ୍ଭବ। “ଏହା ସତ୍ୟ ଯେ ମାଓବାଦୀମାନେ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଏବଂ ପତନ ଦ୍ୱାରରେ ଅଛନ୍ତି, ସେମାନଙ୍କର ସୀମାକୁ ଘେରି ନିଆଯାଇଛି। ଯଦିଓ ସେମାନଙ୍କ ଆକ୍ରମଣ ବହୁତ ହ୍ରାସ ପାଇଛି, କିନ୍ତୁ ଏବେ ବି ଏକ ଲମ୍ବା ଯୁଦ୍ଧ ବାକି ରହିଛି।”
ଯଦିଓ ଆସନ୍ତା ବର୍ଷ ସୁଦ୍ଧା ନକ୍ସଲବାଦ ଶେଷ ହୋଇଯାଏ, ତଥାପି କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ ଯେ 31 ମାର୍ଚ୍ଚ, 2026 ପରେ କୌଣସି ହିଂସା ହେବ ନାହିଁ। କିନ୍ତୁ ସମ୍ପୂର୍ଣ୍ଣ ଧ୍ୟାନ ସେଠାରେ ନାହିଁ। ମାଓବାଦୀମାନଙ୍କର ଆଞ୍ଚଳିକ ନିୟନ୍ତ୍ରଣ ହ୍ରାସ ପାଇଛି, ସେମାନଙ୍କର ଶକ୍ତି ଦୁର୍ବଳ ହେଉଛି ଏବଂ ସୁରକ୍ଷା ଶିବିରଗୁଡ଼ିକ ଏବେ ଲୋକଙ୍କ ଆବଶ୍ୟକତା ବିକାଶରେ ନିୟୋଜିତ ହେଉଛି। ଏହି ପ୍ରକାରର ଆଶା ସହିତ, ଆମେ ଆମର ଲକ୍ଷ୍ୟ ହାସଲ ଆଡ଼କୁ ଚାହିଁ ରହିଛୁ, ବୋଲି ଆଇଜି ସୁନ୍ଦରରାଜ କହିଛନ୍ତି।