ଓଡ଼ିଶାର ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ: ବର୍ଷକରେ 3 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି

ଓଡ଼ିଶାରେ ଶିଳ୍ପ ବିକାଶରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗତ ସରକାର ପଛଲା ୫ ବର୍ଷରେ ଯେଉଁ କାମଗୁଡିକ କରିପାରିନଥିଲେ, ନୂଆ ସରକାର ସେହି କାମକୁ କେବଳ ଏକ ବର୍ଷ ମଧ୍ୟରେ ସଫଳଭାବେ କରିଦେଉଛନ୍ତି। ଏହି ଅବଧିରେ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଅନୁମୋଦନ ମିଳିଛି, ଯାହା ୨୦୬ ଟି ପ୍ରସ୍ତାବକୁ ସ୍ୱୀକୃତି ମିଳିଥିବା ସହ ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି।
ଓଡ଼ିଶା ଏବେ କେବଳ ଧାତୁ ଶିଳ୍ପର କେନ୍ଦ୍ର ନୁହେଁ, ବରଂ ଏହା ଶିଳ୍ପ ବିକାଶରେ ଏକ ଶକ୍ତିଶାଳୀ ମାନଚିତ୍ରରେ ପରିଣତ ହେଉଛି। ନୂଆ ସରକାର ତାଙ୍କର ପ୍ରଥମ ବର୍ଷ ପୂର୍ତ୍ତି ପୂର୍ବରୁ ଶିଳ୍ପପତି ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ତଥ୍ୟ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଏହା ଏକ ଶୁଭ ସମୟର ଆରମ୍ଭ। ରେଳ, ସଡ଼କ ଓ ଶିଳ୍ପ ଭିତ୍ତିଭୂମିରେ ବିପୁଳ ଅଭିବୃଦ୍ଧି ହେବାକୁ ଯାଉଛି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରର କ୍ଷମତା ବଢ଼ାଯିବା ସହ, ଅଧିକ ୩ଟି ନୂଆ ବନ୍ଦର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
ସରକାରର ଲକ୍ଷ୍ୟ ହେଉଛି ଆଗାମୀ ୫ ବର୍ଷ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ସଫଳ କରିବା, ଓ ଓଡ଼ିଶାକୁ ଏକ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ବିକାଶ ଓ ଶିଳ୍ପ ଆଧାରଭୂମି ସୃଷ୍ଟି ପ୍ରଧାନ ଅଭିଯାନ ରୂପେ ଗ୍ରହଣ କରାଯିବ।
ଓଡ଼ିଶା ସରକାର ଆଗାମୀ ୪ ବର୍ଷ ମଧ୍ୟରେ ଚାରିଟି ମୁଖ୍ୟ କ୍ଷେତ୍ର ଉପରେ ଖାସ ଭାବରେ ଗୁରୁତ୍ୱ ଦେବାକୁ ଯୋଜନା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଘଟନରେ ଜଣାଇଛନ୍ତି। ଶିଳ୍ପ ବିକାଶ ପାଇଁ ନୂଆ ନୀତି ଆଣାଯିବ, ଯାହା ଭବିଷ୍ୟତ ପାଇଁ ଭିତ୍ତିଭୂମି ସୃଷ୍ଟି କରିବ। ଶିଳ୍ପ ଅନୁମୋଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ କ୍ଷମତାଶାଳୀ ‘ସିଙ୍ଗଲ ୱିଣ୍ଡୋ’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ଓ ପ୍ରକଳ୍ପ ଟ୍ରାକିଂ ପାଇଁ ଆଧୁନିକ ଟେକ୍ନୋଲୋଜି ଆଧାରିତ ବ୍ୟବସ୍ଥା ଆରମ୍ଭ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆସନ୍ତା ୪ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖଣି, ଇସ୍ପାତ, ଗ୍ରୀନ କେମିକାଲ ଓ ବନ୍ଦର ଭିତ୍ତିକ ଶିଳ୍ପକୁ ଆଗକୁ ବଢ଼ାଇବାକୁ ଆମେ ବୃହତ୍ ଯୋଜନା ନେଇଛୁ।”
IOCL, Jindal Steel & Power, JSPL, Tata Steel, ArcelorMittal Nippon Steel, Vedanta, Hindalco ଓ Adani Group ଭଳି ଅଗ୍ରଣୀ ନିଜି କମ୍ପାନୀଗୁଡିକ ସହ ମିଳି ଓଡ଼ିଶା ଏହି କ୍ଷେତ୍ରରେ ଦେଶର ନେତୃତ୍ୱ ନେବାକୁ ପ୍ରସ୍ତୁତ। ବନ୍ଦର କେନ୍ଦ୍ରିକ ଶିଳ୍ପ ଉନ୍ନୟନ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ ନୂଆ ଟର୍ମିନାଲ ଓ ଜେଟି ନିର୍ମାଣ ସହ କଣ୍ଟେନର ଚଳାଚଳ କ୍ଷମତା ବଢ଼ାଯିବ।
‘ଉତ୍କର୍ଷ ଓଡ଼ିଶା’ ପରେ ଅନ୍ୟ ବଡ଼ ଘୋଷଣା:
୧ ଲକ୍ଷ ୭୮ ହଜାର କୋଟି ଟଙ୍କା ମୂଲ୍ୟର ୫୬ଟି ମେଗା ପ୍ରକଳ୍ପର ଶୁଭାରମ୍ଭ ହୋଇଛି, ଯାହା ମାଧ୍ୟମରେ ୧.୧ ଲକ୍ଷ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଅନୁମାନ ରହିଛି।
ଅଭିବୃଦ୍ଧିରେ ଅଦ୍ୱିତୀୟ ରେକର୍ଡ:
ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ରେ ଦେଶରେ ଏକ ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛି। ଖଣି ଭିତ୍ତିକ ଉତ୍ପାଦନରୁ ଆରମ୍ଭ କରି ମେଗା ଶିଳ୍ପ କ୍ଲଷ୍ଟର ପର୍ଯ୍ୟନ୍ତ ଉନ୍ନତି ହେଉଛି। ଗ୍ରାଉଣ୍ଡବ୍ରେକିଂ ରୁ ଗ୍ରୋଥ ପର୍ଯ୍ୟନ୍ତ, ଓଡ଼ିଶାର ବର୍ଷକ ରିପୋର୍ଟ କାର୍ଡ ଏକ ଅପୂର୍ବ ସଫଳତାର ଗାଥା କହୁଛି।
ଡବଲ ଇଞ୍ଜିନ ସରକାରର ସମନ୍ୱୟ:
କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମନ୍ୱୟ ଓଡ଼ିଶାରେ ବୃହତ୍ ନିବେଶକୁ ଆକୃଷ୍ଟ କରୁଛି ଓ ଶିଳ୍ପ ବିକାଶରେ ଗତି ଦେଉଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ଉନ୍ନତି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରମୁଖ ଶିଳ୍ପପତି, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି ଓ ଶୀର୍ଷ ଶିଳ୍ପ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟର ଶିଳ୍ପିକ ଅଭିଯାନରେ ସକ୍ରିୟ ଭାଗୀଦାର ଥିବା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Also Read: ଟିଏମସି ସାଂସଦଙ୍କ ହାତ ଧରିଲେ ପୁରୀର ପୂର୍ବତନ ବିଜେଡି ଏମପି ପିନାକୀ ମିଶ୍ର
ମୁଖ୍ୟମନ୍ତ୍ରୀ ଏହି ସନ୍ଦର୍ଭରେ କହିଛନ୍ତି: “ବର୍ଷକ ତଳେ ଓଡ଼ିଶାବାସୀ ଆମ ଉପରେ ଆଶା ବିଶ୍ୱାସ ରଖିଥିଲେ। ଏକ ଆକାଂକ୍ଷୀ ଓ ରୂପାନ୍ତରିତ ଓଡ଼ିଶା ତିଆରି କରିବା ଦାୟିତ୍ୱ ଆମ ପାଖକୁ ଆସିଥିଲା। ସରକାର ତାଙ୍କର ପ୍ରଥମ ବର୍ଷରେ ବହୁତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଏହି ଆଶାକୁ ଅର୍ଥବାନ କରିଛି।”
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ନିବେଶ କେନ୍ଦ୍ର ବନାଇବା ପାଇଁ ପୁଞ୍ଜିପତିଙ୍କୁ ଆହ୍ୱାନ କରିଥିଲେ, ଯାହା ଦ୍ୱାରା ବହୁତ ଶିଳ୍ପପତି ଓ ଉଦ୍ୟୋଗୀ ଉତ୍ସାହିତ ହୋଇଥିଲେ। ସେଠାରେ ୧୫୦ ଟି ଏମ୍-ଓ-ୟୁ (MoU) ରେ ସ୍ୱାକ୍ଷର ହୋଇଥିଲା, ଯାହା ଦ୍ୱାରା ୧୬.୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା ଓ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ଜନ୍ମ ନେଇଥିଲା।
ଶିଳ୍ପ, ଧାତବ, ଡାଉନଷ୍ଟ୍ରିମ୍, କେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ର ଓ ବୟନଶିଳ୍ପ, ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ସହ ମୋଟ ୨୦ଟି ମୁଖ୍ୟ କ୍ଷେତ୍ରରେ ଓଡ଼ିଶା ଅଭିବୃଦ୍ଧିର ନୂଆ ଅଧ୍ୟାୟ ଲେଖିଛି।
ଏହି ବୈଠକରେ ଉପସ୍ଥିତ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନେ ହେଲେ — ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଏମଏସଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ।