April 19, 2025

“RR vs GT, IPL 2025: ଗୁଜୁରାଟ ଟାଇଟାନ୍ସଙ୍କ ଦ୍ୱାରା ରାଜସ୍ଥାନ ରୟାଲ୍ସ ୫୮ ରନରେ ପରାସ୍ତ – ସାଇ ସୁଦର୍ଶନ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଧାରାବାହିକ ପ୍ରଦର୍ଶନ”

0
"RR vs GT, IPL 2025: ଗୁଜୁରାଟ ଟାଇଟାନ୍ସଙ୍କ ଦ୍ୱାରା ରାଜସ୍ଥାନ ରୟାଲ୍ସ ୫୮ ରନରେ ପରାସ୍ତ - ସାଇ ସୁଦର୍ଶନ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଧାରାବାହିକ ପ୍ରଦର୍ଶନ"

RR vs GT, IPL 2025 ରେ ଗୁଜୁରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୫୮ ରନରେ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ଅବସ୍ଥାନ କଲା। ସାଇ ସୁଦର୍ଶନଙ୍କ ଅଦ୍ଭୁତ ବ୍ୟାଟିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୃକ୍ତିଶାଳୀ ବୋଲିଂ ଥିଲା ମୁଖ୍ୟ ଆକର୍ଷଣ।

ନୂଆଦିଲ୍ଲୀ ୧୦|୦୪: ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ ଆଜି ରାଜସ୍ଥାନ ରୟାଲ୍ସକୁ ୫୮ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ୬ ୱିକେଟ ହରାଇ ୨୧୭ ରନ କରିଥିଲା, ଯେଉଁଥିରେ ସାଇ ସୁଦର୍ଶନଙ୍କ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ସାମିଲ ଅଛି। ଜବାବରେ, ରାଜସ୍ଥାନ ରୟାଲ୍ସ ୧୯.୨ ଓଭରରେ ୧୫୯ ରନରେ ଅଲଆଉଟ ହୋଇଯାଇଥିଲା।

ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଗୁଜୁରାଟ ଟାଇଟାନ୍ସକୁ ଆମନ୍ତ୍ରଣ କରିଥିଲା। ମ୍ୟାଚ୍ ଆରମ୍ଭରେ ରାଜସ୍ଥାନ ପକ୍ଷରୁ ଭୟଙ୍କର ଆରମ୍ଭ ଦେଖିବାକୁ ମିଳିଥିଲା। ଯେତେବେଳେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ତୃତୀୟ ଓଭରରେ ଗୁଜୁରାଟ ଅଧିନାୟକ ଶୁଭମନ ଗିଲଙ୍କୁ ମାତ୍ର ୨ ରନରେ କ୍ଲିନ୍ ବୋଲ୍ଡ କରି ଗୁଜୁରାଟ ଟାଇଟାନ୍ସ କୁ ଏକ ବଡ଼ ଝଟକା ଦେଇଥିଲେ।

ଜସ୍ ବଟଲର୍ ଏବଂ ସାଇ ସୁଦର୍ଶନ ତା’ପରେ ଚାପକୁ ପରିବର୍ତ୍ତନ କରି ଦ୍ୱିତୀୟ ୱିକେଟ୍ ପାଇଁ ୮୦ ରନ୍ ର ଭାଗୀଦାରି କରିଥିଲେ। ସୁଦର୍ଶନ ୩୨ ବଲ୍ ରେ ଅପରାଜିତ ୫୦ ରନ୍ କରିଥିଲେ। ମହେଶ ଥିକ୍ସାନା ଦଶମ ଓଭରର ଶେଷ ବଲ୍ ରେ ବଟଲର୍ ଙ୍କୁ ଆଉଟ୍ କରି ଏହି ଭାଗୀଦାରିକୁ ଭାଙ୍ଗିଥିଲେ। ଜସ୍ ବଟଲର୍ ତାଙ୍କ ପାରିରେ ୨୫ ବଲରେ ୩୬ ରନ କରିଥିଲେ, ଯେଉଁଥିରେ ୫ ଟି ଚୌକା ସାମିଲ ଥିଲା।

ତା’ପରେ ଶାହରୁଖ ଖାନ ୨୦ ବଲରେ ୩୬ ରନ୍ (୪ ଚୌକା, ୨ ଛକା) କରି ଦଳର ସ୍କୋରକୁ ୧୫୬ ରନ୍ ରେ ପହଞ୍ଚାଇଥିଲେ। ତା’ପରେ ଗୁଜୁରାଟ ଟାଇଟାନ୍ସ ପରବର୍ତ୍ତୀ ୱିକେଟ ଭାବରେ ସେରଫୋଣ୍ଟେନ୍ ରାଡରଫୋର୍ଡଙ୍କୁ ହରାଇଥିଲା, ସେ ମାତ୍ର ୩ ଟି ବଲରେ ୭ ରନ କରି ପବିଲିୟନ କୁ ଫେରି ଯାଇଥିଲେ।

RR vs GT ମ୍ୟାଚରେ ସାଇ ସୁଦର୍ଶନଙ୍କ ଧୂଆଁଧାର ବ୍ୟାଟିଂ

ସାଇ ସୁଦର୍ଶନ ଶତକ ହାସଲ କରିବାକୁ ନିକଟତର ହୋଇଥିଲେ କିନ୍ତୁ ମାତ୍ର ୧୩ ରନ୍ ପାଇଁ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ସେ ୫୩ ବଲ୍ ରେ ୮ ଚୌକା ଏବଂ ୩ ଛକା ସହ ୮୭ ରନ୍ କରିଥିଲେ। ରାହୁଲ ତେୱାଟିଆ (ଅପରାଜିତ ୨୪* ରନ କରିଥିଲେ ଯେଉଁଥିରେ, ୨ ଚୌକା, ୨ ଛକା) ଏବଂ ରସିଖ ଖାନ (୧୨ ରନ, ୧ ଚୌକା, ୧ ଛକା) ଏହି କିଛି ମୂଲ୍ୟବାନ ସ୍କୋର ଯୋଗୁଁ ଗୁଜୁରାଟ ଟାଇଟାନ୍ସ ୬ ୱିକେଟ୍ ହରାଇ ୨୧୭ ରନର ଏକ ବିଶାଳ ସ୍କୋର କରିବାରେ ସଫଳ ହେଲା।

Also Read: Samsung Galaxy A36: ସବୁଠାରୁ ପ୍ରଭାବଶାଳୀ ମଧ୍ୟମ ରେଞ୍ଜ ସ୍ମାର୍ଟଫୋନ୍

IPL 2025, GT vs RR

ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ତୁଷାର ଦେଶପାଣ୍ଡେ ଏବଂ ମହେଶ ଥିକ୍ସାନା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ, ଜୋଫ୍ରା ଆର୍ଚର ଓ ସନ୍ଦୀପ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

୨୧୮ ରନର ଏକ ବିଶାଳ ଲକ୍ଷ୍ୟକୁ ପିଛା କରି, ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭରୁ ହିଁ ଚାପର ସମ୍ମୁଖୀନ ହୋଇଥିଲା। କାରଣ ଦଳୀୟ ସ୍କୋର ୧୨ ଥିବା ବେଳେ, ସେମାନଙ୍କର ଦୁଇ ମୁଖ୍ୟ ବ୍ୟାଟ୍ସମ୍ୟାନ୍ – ଯଶସ୍ୱୀ ଜୟସ୍ୱାଲ (୬) ଏବଂ ନୀତିଶ ରାଣା (୧) କରି ପ୍ୟାଭିଲିୟନକୁ ଫେରିଯାଇଥିଲେ।

ଏହା ପରେ, ଅଧିନାୟକ ସଞ୍ଜୁ ସାମସନ ରିୟାନ ପରାଗଙ୍କ ସହିତ ଏକ ଭାଗୀଦାରି ଗଠନ କରିବାକୁ ଚେଷ୍ଟା କରିଥିଲେ। ପରାଗ କିଛି ଆକର୍ଷଣୀୟ ସଟ ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ଅଧିକ ସମୟ ପାଇଁ କ୍ରିଜରେ ତିଷ୍ଠି ପାରିନଥିଲେ। ଆଉଟ ହେବା ପୂର୍ବରୁ ସେ ଗୋଟିଏ ଚୌକା ଏବଂ ତିନୋଟି ଛକା ସାହାର୍ଯ୍ୟରେ ୨୬ ରନ କରିପାରିଥିଲେ। ଧ୍ରୁବ ଜୁରେଲଙ୍କୁ ନେଇ ବହୁତ ଆଶା ଥିଲା, କିନ୍ତୁ ସେ ମାତ୍ର ୫ ରନରେ ଆଉଟ ହୋଇ ନିରାଶ କରିଥିଲେ।

ଚତୁର୍ଥ ୱିକେଟ୍ ପତନ ପରେ, ସିମରନ୍ ହେଟମେୟର କ୍ରିଜକୁ ଆସି ଟାଇଟାନ୍ସ ବୋଲରଙ୍କୁ ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ। ସେ ଏକ ଜ୍ୱଳନ୍ତ ଇନିଂସ ଖେଳିଥିଲେ। ଅନ୍ୟପଟେ, ଦୀର୍ଘ ସମୟ ଧୈର୍ଯ୍ୟ ଧରି ଖେଳୁଥିବା ଅଧିନାୟକ ସଞ୍ଜୁ ସାମସନ ୪୧ ରନ (୪ ଚୌକା, ୨ ଛକା) କରି ନିଜ ୱିକେଟ ହରାଇ ଥିଲେ, ଯାହା ଫଳରେ ସେହି ମୁହୂର୍ତ୍ତରେ ଦଳର ବିଜୟ ଆଶା ପ୍ରାୟ ପ୍ରାୟ ଶେଷ ହୋଇ ଯାଇଥିଲା।

ସିମରନ୍ ହିଟମାୟରଙ୍କ ୫୨ ରନ୍ (୪ ଚୌକା, ୩ ଛକା) ଧୂଆଁଧାର ଇନିଂସ୍ ମଧ୍ୟ ଦଳକୁ ବଞ୍ଚାଇପାରିଲାନି, ଏବଂ ରୟାଲ୍ସ ୧୯.୨ ଓଭରରେ ମାତ୍ର ୧୫୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

IPL 2025 GT vs RR

GT ପେସର ବୋଲର ପ୍ରସିଦ୍ଧ କ୍ରିଷ୍ଣା ଚାରି ଓଭରରେ ୨୪ ରନ ଦେଇ ୩ ୱିକେଟ ନେଇଥିଲେ। ଅଭିଜ୍ଞ ଲେଗ ସ୍ପିନର ରସିଦ ଖାନ ଏକ ଭଲ ସ୍ପେଲ (ଚାରଟି ଓଭରରେ ୩୭ ରନ ଦେଇ ୨ ୱିକେଟ) ଏବଂ ବାମହାତୀ ସ୍ପିନର ସାଇ କିଶୋର (୨.୨ ଓଭରରେ ୨୦ ରନ ଦେଇ ୨ ୱିକେଟ) ନିଜ ନାମରେ ଅକ୍ତିଆର କରିଥିଲେ।

 

Leave a Reply

Your email address will not be published. Required fields are marked *