ଭାରତୀୟ ଜନତା ପାର୍ଟି (BJP) ରଘୁନାଥପୁର ଜୋନ 2 (ଜଇପୁର ମଣ୍ଡଳ)ର ନୂତନ କାର୍ଯ୍ୟକାରୀଣି ଘୋଷଣା।

ଜଇପୁର 23|03: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଇପୁର ମଣ୍ଡଳର BJP ସଭାପତି ଶ୍ରୀଯୁକ୍ତ ବନୋଜ ନାୟକ ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର ଙ୍କ ଅନୁମୋଦନ ରେ ମଣ୍ଡଳର 21 ଜଣିଆ ଟିମ୍ ଘୋଷଣା କରିଛନ୍ତି। ଟିମରେ ସଭାପତି ଙ୍କ ସହ ଦୁଇଟି ସାଧାରଣ ସମ୍ପାଦକ ଯଥାକ୍ରମେ ସଚ୍ଚିକାନ୍ତ ବାରିକ ଓ ଶଶାଙ୍କ ଶେଖର ମହାନ୍ତି। ୬ଟି ଉପସଭାପତି ,୬ଟି ସଂପାଦକ, ୬ଟି ମୋର୍ଚ୍ଚାର ସଭାପତି ଯଥାକ୍ରମେ , ଯୁବମୋର୍ଚ୍ଚା ଇଂ ସ୍ମୃତି ରଞ୍ଜନ ବେହେରା , ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ଭୋଇ , କୃଷକ ମୋର୍ଚ୍ଚା ସଭାପତି ସୁକାନ୍ତ କୁମାର ଦ୍ୱିବେଦୀ, ଓବିସି ମୋର୍ଚ୍ଚା ସଭାପତି ଦୀପ୍ତି ରଞ୍ଜନ ମହାପାତ୍ର, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସେଶଦେବ ସେଠୀ, ଜନଜାତି ମୋର୍ଚ୍ଚା ସଭାପତି ଭାସ୍କର ପ୍ରଧାନ ଭାବେ ଦାୟିତ୍ଵ ଘୋଷଣା କରାଯାଇଛି।
ଏହାକୁ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ରାଜକିଶୋର ବେହେରା ,ନିର୍ବାଚନ ମଣ୍ଡଳୀ ଯୁବନେତା ଡକ୍ଟର ପ୍ରକାଶ ଚନ୍ଦ୍ର ଦଳାଇ, ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ସତ୍ୟବ୍ରତ ପଣ୍ଡା ଓ ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ତଥା ଯୁବ ସମାଜସେବୀ ବଳରାମ ଦଳାଇ , ମଣ୍ଡଳ ର ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି।
ଏହି ନୂତନ ଟିମ୍ ରେ ବରିଷ୍ଠ ,ଯୁବକ, ମହିଳା ସମାଜ ର ସମସ୍ତ ବର୍ଗ କୁ ନେଇ ଗଠିତ ଓ ଆଗାମୀ ଦିନରେ ସମସ୍ତଙ୍କ ସହଭାଗିତା ଓ ଦୃଢ଼ ସଂକଳ୍ପ ସହ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ନାମ ଘୋଷଣା ସହ ଆଗାମୀ ଦିନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି (BJP) ଏକମାତ୍ର ବିକଳ୍ପ ଶକ୍ତି ହୋଇ ଉଭା ହେବା ସହ ଜୋନ – 2 ର ଅନ୍ତର୍ଗତ ସମସ୍ତ ଦଶଗୋଟି ପଞ୍ଚାୟତ ରେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ , ସମିତିସଭ୍ୟ ପ୍ରାର୍ଥୀ ଙ୍କ ସଫଳତା ସହ ରଘୁନାଥପୁର ଜୋନ – 2 ରେ ଜିଲ୍ଲାପରିଷଦ ପାର୍ଥି ବିଜୟ ଲାଭ କରିବ ବୋଲି ଏହା ହିଁ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି ।
Odisha Antyodaya Gruha Yojana: