April 20, 2025

NZ vs PAK 2025, ପ୍ରଥମ T20: ନ୍ୟୁଜିଲାଣ୍ଡ ୯ ୱିକେଟରେ ବିଜୟୀ, 1-0 ରେ ଆଗୁଆ

0
NZ vs PAK 2025,1st T20I: Highlights from Christchurch

ନୂଆଦିଲ୍ଲୀ ୧୬|୦୩: NZ vs PAK ପ୍ରଥମ T20 ମୁଖ୍ୟ ଖବର: ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ 9 ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ରେ ଆଗୁଆ NZ

NZ vs PAK, ପ୍ରଥମ T20 ହାଇଲାଇଟ୍ସ: ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ରେ ପାକିସ୍ତାନକୁ ବହୁ ସହଜ ଭାବରେ ପରାସ୍ତ କରିଛି। ଭ୍ରମଣକାରୀ ଦଳ (ପାକିସ୍ତାନ)କୁ 91 ରନରେ ଅଲଆଉଟ୍ କରିବା ପରେ, ନ୍ୟୁଜିଲାଣ୍ଡ ମାତ୍ର 10.1 ଓଭରରେ ଟାର୍ଗେଟକୁ ପିଛା କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି।

NZ vs PAK, ପାକିସ୍ତାନର ବ୍ୟାଟିଂ ବିଫଳତା:

ପାକିସ୍ତାନର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ବିଶ୍ରାମ ଦିଆଯାଇଥିଲା ଯାହା ଏକ ସାହସିକ ପଦକ୍ଷେପ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ଥିଲା। ଏକ ଅତ୍ୟନ୍ତ ନୂତନ ଏବଂ ପରୀକ୍ଷାମୂଳକ ଲାଇନ-ଅପରେ, ଦଳ ପ୍ରଥମେ ବ୍ୟାଟିଂ କରି ନିଜକୁ ଏକ ଦୟନୀୟ ଅବସ୍ଥାରେ ପାଇଥିଲା। ବ୍ୟାଟିଂ କରୁଥିବା ପ୍ରାରମ୍ଭିକ ଯୋଡ଼ି ମହମ୍ମଦ ହାରିସ (0), ହସନ ନୱାଜ (0) ରେ ଆଉଟ ହୋଇଥିଲେ, ଏପରି ଅନୁଭୂତ ହେଉଥିଲା କିୱିମାନଙ୍କ ଏକ କଠିନ ଏବଂ ଶୃଙ୍ଖଳିତ ବୋଲିଂ ଆକ୍ରମଣ ର ଚାପ ସହ୍ୟ କରିପାରି ନ ଥିଲା ପାକିସ୍ତାନର ଶୀର୍ଷ କ୍ରମ।

ନ୍ୟୁଜିଲାଣ୍ଡ ର ସୀମର ବୋଲର କାଇଲ ଜାମିସନ୍, ପ୍ରାୟ ଦୁଇ ବର୍ଷ ପରେ T20 ରେ ପ୍ରବେଶ କରି, ପାକିସ୍ତାନର ପତନର ମୁଖ୍ୟ କାରଣ ସାଜିଛନ୍ତି। ତାଙ୍କର ପ୍ରମୁଖ ୱିକେଟ ପ୍ରଥମ ଓଭର ର ଶେଷ ବଲରେ ମହମ୍ମଦ ହାରିସ ଙ୍କ ରୂପରେ ଆସିଥିଲା। କାଇଲ ଜାମିସନ୍ 4 ଓଭର ରେ ମାତ୍ର 8 ରନ ଦେଇ 3 ଟି ପ୍ରମୁଖ ୱିକେଟ ନିଜ ନାମରେ କରିଥିଲେ। ଆରମ୍ଭରୁ ନ୍ୟୁଜିଲାଣ୍ଡ ର ଗତି ଏବଂ ଶୃଙ୍ଖଳିତ ବୋଲିଂ ର ପ୍ରଦର୍ଶନ ପାକିସ୍ତାନର ବ୍ୟାଟ୍ସମ୍ୟାନମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପଛକୁ ପକାଇ ଦେଇଥିଲା।

 

NZ Vs PAK 2025, 1st T20I Highlights

କାଇଲ ଜାମିସନ୍ ଙ୍କ ସାଥ ଦେଇଥିଲେ ମିଡିୟମ ପେସ ବୋଲର ଜାକବ୍ ଡଫି ଯିଏ କି, 3.4 ଓଭର ରେ 14 ରନ ଦେଇ 4 ୱିକେଟ ନେବାରେ ସଫଳ ହୋଇଥିଲେ। ଡଫି ଏବଂ କାଇଲ ଜାମିସନ୍ ଙ୍କ ଭଲ ଗତି ଏବଂ ତୀକ୍ଷ୍ଣ ବଲିଂ ଯୋଗୁଁ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପଛରେ ପକାଇବାରେ ସଫଳ ହୋଇଥିଲା, ପାକିସ୍ତାନ ପକ୍ଷରୁ ଭଲ ଖେଳାଳି ଇରଫାନ ଖାନ ଯିଏ କି ମାତ୍ର 1 ରନ କରି ଆଉଟ ହୋଇଥିଲେ, ଏବଂ ତା’ପରେ ସଲମାନ ଆଗା ଦଳର ଅଧିନାୟକ (18) ଏକ କ୍ୟାଚ୍ ଦେଇ ଚାପକୁ ଆହୁରି ବଢ଼ାଇ ଦେଇଥିଲେ। ଯେତେବେଳେ ପାକିସ୍ତାନ 4 ୱିକେଟରେ 11 ରନ କରିଥିଲା, ଏହି ପରିସ୍ଥିତିରେ ମ୍ୟାଚଟି ଶେଷ ହେଲା ପରି ଅନୁଭୂତ ହେଉଥିଲା।

ସଲମାନ ଆଗା ଏବଂ ଖୁସଦିଲ ଶାହଙ୍କ ମଧ୍ୟରେ 48 ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା, ଯାହା ଫଳରେ ପାକିସ୍ତାନ କ୍ରିକେଟ ଟିମରେ ଏକ ଆଶାର ଆଲୋକ ଦେଖିବାକୁ ମିଳିଥିଲା। ଇଶ୍ ସୋଢ଼ୀ ​​ସଲମାନ ଆଗାଙ୍କ ୱିକେଟ ନେଇ ଏହି ପାର୍ଟନରସିପ କୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଦୁଇ ବ୍ୟାଟସମ୍ୟାନ ଏବଂ ପୁରା କ୍ରିକେଟ ଟିମର ଆଶା ଧୂଳିସାତ୍ ହୋଇଗଲା ଯେତେବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଆଉଟ କରି ପବିଲିୟନର ରାସ୍ତା ଦେଖାଇବାରେ ନ୍ୟୁଜିଲାଣ୍ଡ ଟିମ ସଫଳ ହୋଇଥିଲା। ଡଫି ଙ୍କ ଚତୁର୍ଥ ୱିକେଟ ଫଳରେ ପାକିସ୍ତାନ ମାତ୍ର 91 ରନରେ ଅଲଆଉଟ ହୋଇଥିଲା, ଯାହା T-20 ଆନ୍ତର୍ଜାତୀୟରେ ସେମାନଙ୍କର ପଞ୍ଚମ ସର୍ବନିମ୍ନ ସ୍କୋର।

T-20 ରେ ପାକିସ୍ତାନର ସର୍ବନିମ୍ନ ସ୍କୋର:

74 ରନ – ପାକିସ୍ତାନ ବନାମ ଅଷ୍ଟ୍ରେଲିଆ – ଦୁବାଇ
82 ରନ – ପାକିସ୍ତାନ ବନାମ ୱେଷ୍ଟଇଣ୍ଡିଜ୍‌ – ମିରପୁର
83 ରନ – ପାକିସ୍ତାନ ବନାମ ଭାରତ – ମିରପୁର
89 ରନ – ପାକିସ୍ତାନ ବନାମ ଇଂଲଣ୍ଡ – କାର୍ଡିଫ
91 ରନ – ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ – କ୍ରାଇଷ୍ଟଚର୍ଚ

Also Read: ବ୍ରେକଅପ୍ ପରେ, ରବୀନା ଟଣ୍ଡନଙ୍କ ହୋଲି ପାର୍ଟିରେ ନଜର ଆସିଲେ Tamannaah Bhatia ଏବଂ Vijay Varma

ନ୍ୟୁଜିଲାଣ୍ଡ ସହଜରେ ଏହି ସ୍କୋରକୁ 10.1 ଓଭରରେ 92-1 କରି ବିଜୟ ହାସଲ କରିଥିଲା, ଯେଉଁଥିରେ ଟିମ୍ ସେଫର୍ଟ 29 ବଲରେ 44 ଏବଂ ଫିନ୍ ଆଲେନ୍ 17 ବଲରେ 29 ରନ କରିଥିଲେ। ଟିମ୍ ରବିନସନ୍ 18 ରନରେ ଅପରାଜିତ ଥିଲେ ଏବଂ 11 ତମ ଓଭରର ପ୍ରଥମ ବଲରେ ଦୁଇ ରନ ନେଇ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା।

ସେଫର୍ଟ ନ୍ୟୁଜିଲାଣ୍ଡକୁ ଏକ ଆରାମଦାୟକ ବିଜୟ ପଥରେ ପହଞ୍ଚାଇଲେ, ତୃତୀୟ ଓଭରରେ 12 ରନ ଏବଂ ପଞ୍ଚମ ଓଭରରେ 14 ରନ କରି ନ୍ୟୁଜିଲାଣ୍ଡ ପାୱାର ପ୍ଲେରେ 53-1 ରେ ପହଞ୍ଚିଲା। ଟିମ୍ ସେଫର୍ଟ ଙ୍କ ତରଫରୁ ଏକ ଅସାଧାରଣ ପାରି ଦେଖିବାକୁ ମିଳିଥିଲା, ତାଙ୍କ ଏହି ପାରିରେ 7 ଟି ଚୌକା ଏବଂ ଗୋଟେ ଛକା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ପାକିସ୍ତାନ ପାୱାର ପ୍ଲେରେ ମାତ୍ର 14-4 ରନ ପହଞ୍ଚିଥିଲା।

NZ vs PAK 2025 first T-20i Highlights

ନ୍ୟୁଜିଲାଣ୍ଡ 10 ଓଭର ପରେ 90-1 ସ୍କୋର କରିଥିଲା, ଅମ୍ପାୟାରମାନେ ଅନିଚ୍ଛାକୃତ ଭାବରେ ପାନୀୟ ପାଇଁ ଡାକିବା ସମୟରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ କୁ କେବଳ ଦୁଇ ରନ ର ଆବଶ୍ୟକ ରହିଥିଲା।

NZ vs PAK: ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ନ୍ୟୁଜିଲାଣ୍ଡର ଡୁନେଡିନରେ ହେବାକୁ ଯାଉଛି।

“ଏହା ସ୍ପଷ୍ଟ ଭାବରେ କଷ୍ଟକର ଥିଲା, ଏବଂ ଆମେ ଆମ ଲକ୍ଷ୍ୟ ପୂରଣ କରିବାରେ ଅସଫଳ ଥିଲୁ,” ଅଲି ଆଗା କହିଛନ୍ତି। “ସେମାନେ ପ୍ରକୃତରେ ଭଲ ବୋଲିଂ କରିଥିଲେ। ସେମାନେ ସଠିକ କ୍ଷେତ୍ରରେ ବୋଲିଂ କରୁଥିଲେ, ଏବଂ ସେମାନଙ୍କ ବୋଲିଂରେ ସ୍ୱିଙ୍ଗ୍ ଏବଂ ସିମ୍ ମଧ୍ୟ ଥିଲା। ପରବର୍ତ୍ତୀ ଖେଳରେ ଆମେ ଆମର ସର୍ବୋତ୍ତମ ଦେବାକୁ ଚେଷ୍ଟା କରିବୁ।”

“ଘର ମାଟିକୁ ଫେରିବା ପ୍ରକୃତରେ ଭଲ ଥିଲା,” ସେ 18 ଟି ଡଟ୍ ବଲ୍ ବୋଲିଂ କରିଥିବା ଜେମିସନ୍ କହିଥିଲେ। “ଆମର କିଛି ଅନୁକୂଳ ପରିସ୍ଥିତି ଥିଲା, ମୁଁ ନିଶ୍ଚିତ ଯେ ମୁଁ ଏବଂ (ଡଫି) ଦେଶ ସାରା ନିଜର ଅଧିକାର ସ୍ଥାବ୍ୟସ୍ତ କରିବାରେ ସଫଳ ହେବୁ।

Leave a Reply

Your email address will not be published. Required fields are marked *