April 20, 2025

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ୧୪ଟି ଥାନା ଗୃହ :

0
ସୁଭଦ୍ରା ଯୋଜନାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା (6)

ଭୁବନେଶ୍ୱର, ୦୮|୩ : ଘଟଣା ଯେଉଁ ସ୍ଥାନରେ ଘଟିଥାଉ ନା କାହିଁକି, ଯଦି କୌଣସି ବ୍ୟକ୍ତି ନିକଟସ୍ଥ ଥାନାକୁ ଯାଇ ଅଭିଯୋଗ କରେ ତେବେ ତୁରନ୍ତ ଜିରୋ ଏଫ୍‌ଆଇଆର କରିବାକୁ ନିର୍ଦ୍ଧେଶ। ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ସହିତ ସେ କିପରି ନ୍ୟାୟ ପାଇପାରିବେ, ତାକୁ ବିଚରା କର। ଯଦି କୌଣସି ଥାନା ଅଧିକାରୀ ଏଫ୍‌ଆଇଆର କରିବାକୁ ବାଧା ଦେବେ, ତେବେ ସେହି ଅଧିକାରୀକୁ ତୁରନ୍ତ ସସ୍ପେଣ୍ଡ କରାଯିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ନୟାପଲ୍ଲୀ ଥାନାର ନୂତନ ଗୃହ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ” ୨୪ବର୍ଷର ସରକାର ସମୟରେ ଥାନାରେ କେମିତି ଲୋକଙ୍କୁ ବ୍ୟବହାର କରାଯାଉଥିଲା, ସେ  ବିଷୟରେ କହିବା ଯଥାର୍ଥ ନୁହେଁ। ଯେତେବେଳେ ମୁଁ ବିଧାୟକ ଥିଲି, ମୋର ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିକୁ ଭୁବନେଶ୍ଵର ସାଲିଆ ସାହିରେ ହତ୍ୟା କରାଯାଇ ତାଙ୍କର ମୃତ ଦେହକୁ ରାତାରାତି ଗାଁରେ ଛାଡି ଦିଆଯାଇଥିଲା।”

ସକାଳେ ମୃତଦେହକୁ ନେଇ ଆମେ ପୋଲିସ ଷ୍ଟେସନକୁ ଗଲୁ। ପୋଲିସ କହିଲେ କୌଣସି କାର୍ଯ୍ୟ କରିହେବ ନାହିଁ। ମୃତଦେହକୁ ଭୁବନେଶ୍ୱର ଫେରାଇ ନିଅ। ମୁଁ ଏସଡିପିଓଙ୍କୁ ଏହା କହିଲି, ସେ କହିଲେ ଆଇଆଇସି ମୋର କଥା ଶୁଣିବାକୁ ଚାହିଁନ୍ତି ନାହିଁ। ଆମେ କିଛି ସମାଧାନ ପାଇବାର ଚେଷ୍ଟା କରିବାକୁ ଏସ୍‌ପିଙ୍କ ପାଖକୁ ଗଲୁ। କହିଲେ, “ମୁଁ କିଛି କରିପାରିବି ନାହିଁ।” ମୁଁ ନିଶ୍ଚିତ କରିବାକୁ ସମସ୍ତଙ୍କୁ ଜଣାଇବା ପାଇଁ SP ଅଫିସ ଆଗରେ ମୃତ ଦେହ ରଖି ଧାରଣା ଦେବାକୁ କହିଲି। ସେହି ସମୟରେ, ଥାନାରେ ମାମଲା ରୁଜୁ ହେଲା। ଅନ୍ୟ ଏକ ଘଟଣାରେ, ମୋତେ ଥାନାରୁ ବାହାରିଯିବାକୁ ଧମକ ମିଳିଥିଲା, ଯାହାର ଭିଡିଓ ସମସ୍ତେ ଦେଖିଛନ୍ତି।

ସେତେବେଳେ, ଯଦି ବିଧାୟକଙ୍କୁ ଥାନାରେ ଏହି ପ୍ରକାର ବ୍ୟବହାର ମିଳୁଥିଲା, ତେବେ ସାଧାରଣ ଲୋକଙ୍କୁ ପୋଲିସ କେମିତି ବ୍ୟବହାର କରୁଛି, ତାହା ଆପଣମାନେ ଜାଣିପାରିବେ। ମୁଁ ମହାପ୍ରଭୁ ଜଗନ୍ନାଥଙ୍କର କୃପାରୁ ମୁଖ୍ୟମନ୍ତ୍ରୀ ହୋଇଛି, ଏବଂ ଗୃହ ବିଭାଗ ମୋ ପାଖରେ ରହିଛି। ମୁଁ ଚାହେଁ ନାହିଁ ଯେ, ସାଧାରଣ ଲୋକେ ଥାନାକୁ ଆସି ପୋଲିସ ଠାରୁ ନ୍ୟାୟ ନ ପାଇ ଫେରିଯାନ୍ତୁ। ଏହି ଦିଗରେ, ରାଜ୍ୟର ସମସ୍ତ ଥାନାରେ ପର୍ଯ୍ୟାପ୍ତ ମାନବ ସମ୍ବଳ, ଗାଡି ଓ ଅନ୍ୟ ସବୁ ସୁବିଧା ସରକାର ପ୍ରଦାନ କରିବେ। ଲୋକଙ୍କୁ ଉତ୍ତମ ସେବା ଓ ବ୍ୟବହାର ପ୍ରଦାନ କରିବାକୁ ସରକାର ପ୍ରୟାସ ନେବେ। ମୁଖ୍ୟମନ୍ତ୍ରୀ କହିଲେ, “ଜେହେତୁ ସାଧାରଣ ଲୋକଙ୍କ ସେବା ଓ ନ୍ୟାୟ ପାଇଁ ଯାହା ସବୁ କରିବାକୁ ପଡିବ, ସେହି ସମସ୍ତ କାମ ସରକାର କରିବେ।”

ଶୁକ୍ରବାର, ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଡିଜିଟାଲ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ଏହି ନବନିର୍ମିତ ଥାନାଗୁଡିକ ଅନୁଗୁଳ ଜିଲ୍ଲାର ସମଲ୍ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗି ରି ଜିଲ୍ଲାର କୋରକୁ ଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କଟକ ୟୁପିଡିର ସି ଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର, ଗୃହ ଉଦଘାଟନ୍ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଆଶା ପ୍ରକାଶ କରିଥିଲେ ଯେ, ସମୁଦାୟ ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନାଗୁଡିକର ଅଧିକାରୀ ଓ କର୍ମଚାରୀ ସାଧାରଣ  ଲୋକଙ୍କୁ ସ୍ଥାୟୀ ଓ ସରଳ ସେବା ପ୍ରଦାନ କରିବେ। ଏହି ଥାନାଗୁଡିକ ଲୋକଙ୍କ  ଆଶା ଓ ଆବଶ୍ୟକତାକୁ ପୂରଣ କରିବ।

ଏହି ନବନିର୍ମିତ ଥାନାଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ ବ୍ୟବସ୍ଥା, ବିଲଡିଂ ଏବଂ ବାରାକ୍ , ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ଓୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା, ରିସିପ୍‌ସେନ୍ ସେଣ୍ଟର ଏବଂ ମହିଳା ଓ ଶିଶୁ ହେଲୁ ଡେକ୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ, ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନବାହନ ପାର୍କିଙ୍ଗ ବ୍ୟବସ୍ଥା, ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ନିରୀକ୍ଷଣ, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ସହିତ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସ୍ଥାପିତ କରାଯାଇଛି।

କାର୍ଯ୍ୟକ୍ରମରେ ନୟାପଲ୍ଲୀ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ, ତାଙ୍କର ସହଯୋଗୀ ପ୍ରକାଶ ମିଶ୍ର, ଏକାମ୍ର ଭୁବନେଶ୍ଵ ର ବିଧାୟକ ବାବୁ ସିଂ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଡିଜିପି ଯୋଗେଶ ବାହାଦୁର, ଖୁ. ରାନିଆ ଏବଂ ପୁଲିସ୍ କମିଶନର ଏସ. ଦେବଦତ୍ତଙ୍କ ସହିତ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *