Odisha KIIT College: ଓଡିଶା କିଟ୍ କଲେଜରେ ନେପାଳୀ ଝିଅର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତ ରବିବାର ଦିନ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ନେପାଳର ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀଙ୍କ ମୃତ ଦେହ ମିଳିଛି, ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।
ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳର ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀଙ୍କ ମୃତ ଦେହ ହଷ୍ଟେଲ୍ରୁ ଉଦ୍ଧାର କରାଯାଇଛି। କର୍ତ୍ତୃପକ୍ଷଙ୍କ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହା କ୍ୟାମ୍ପସ ରେ ଉତ୍ତେଜନା ସୃଷ୍ଟି କରିଛି। ଛାତ୍ରୀଙ୍କ ସମ୍ପର୍କୀୟ ଭାଇ ଭୁବନେଶ୍ୱରର ଇନଫୋସିଟି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ। ଦାବି କରିଛନ୍ତି ଯେ, ସେହି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ବ୍ଲାକମେଲ କରୁଥିଲା। ଯାହା ସମ୍ଭବତଃ ତାଙ୍କ ଭଉଣୀର ଆତ୍ମହତ୍ୟାର କାରଣ ହୋଇପାରେ।
KIIT ଏକ ବିବୃତ୍ତିର ଉଲ୍ଲେଖ କରିଛି ଯେ, ଛାତ୍ରୀ ଜଣଙ୍କ ଅନ୍ୟ ଜଣେ ଛାତ୍ରଙ୍କ ସହିତ ସମ୍ପର୍କରେ ଥିଲେ ଏବଂ କୌଣସି ଅଜଣା କାରଣ ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇ ଥାଇ ପାରନ୍ତି। ବିଶ୍ୱବିଦ୍ୟାଳୟ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲା। ଭାଇଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରଙ୍କୁ ପଚରାଉଚରା ପାଇଁ ହେପାଜତକୁ ନିଆଯାଇଛି। ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି। ଅଭିଯୁକ୍ତ ଛାତ୍ରଙ୍କୁ ବର୍ତ୍ତମାନ ପଚରାଉଚରା ପାଇଁ ପୋଲିସ ହେପାଜତରେ ରଖାଯାଇଛି, ଏବଂ ତଦନ୍ତ ପାଇଁ ମୃତକଙ୍କ ମୋବାଇଲ ଫୋନ, ଲାପଟପ ଏବଂ ଅନାନ୍ୟା ଇଲେକ୍ଟ୍ରୋନିସ ଉପକରଣ ଜବତ କରାଯାଇଛି। ଘଟଣା ପରେ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହୋଇଥିଲା। ନେପାଳୀ ଛାତ୍ର ମାନେ ନ୍ୟାୟ ଦାବି କରି କ୍ୟାମ୍ପସରେ ଏକାଠି ହୋଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ତା କରିଥିଲେ। KIIT କଲେଜ ରିପୋର୍ଟ କରିଛି ଯେ, ପରିସ୍ଥିତି ବର୍ତ୍ତମାନ ସ୍ଥିର ରହିଛି। ଆଇନି ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ କ୍ୟାମ୍ପସ ଭିତରେ ଏବଂ ବାହାରେ ଦୁଇ ପ୍ଲାଟୁନ ପୋଲିସ ମୁତାୟନ କରାଯାଇଥିଲା। ମୃତ ଛାତ୍ରଙ୍କ ହଷ୍ଟେଲ ରୁମ ସିଲ କରାଯାଇଛି। ଏବଂ ତାଙ୍କ ମୃତଦେହକୁ ତାଙ୍କ ପିତାମାତାଙ୍କ ଆଗମନ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି।
KIIT ରେ ପଢ଼ୁଥିବା ନେପାଳୀ ଛାତ୍ର-ଛାତ୍ରୀ ମାନଙ୍କୁ ହଷ୍ଟେଲ ଖାଲି କରିବାରେ ନିର୍ଦେଶ ଦିଆଯାଇଥିଲା। ଏବଂ ସୋମବାର ଦିନ ଛାତ୍ରମାନଙ୍କୁ ଦୁଇଟି ବସ ମାଧ୍ୟମରେ କଟକ ରେଳ ଷ୍ଟେସନ ପଠାଯାଇଥିଲା। ” ଆମକୁ ଆମ ହଷ୍ଟେଲ ରୁମ ଖାଲି କରିବାକୁ କୁହାଯାଇଥିଲା ଏବଂ ଷ୍ଟେସନରେ ଛାଡିଦିଆଯାଇଥିଲା। ଆମର ପରୀକ୍ଷା ଫେବୃଆରୀ ୨୮ରେ ସ୍ଥିର ହୋଇଥିଲା” , ଜଣେ ଛାତ୍ର ଦାବି କରିଛନ୍ତି। ରବିବାର ରାତିରେ ନେପାଳୀ ଛାତ୍ରମାନେ KIIT କ୍ୟାମ୍ପସରେ ଏକାଠି ହୋଇ ନ୍ୟାୟ ପାଇଁ ପ୍ରତିବାଦ କରିଥିଲେ। ଡିସିପି ସେମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଆଇନ୍କୁ ହାତକୁ ନନେବା ପାଇଁ ଅନୁରୋଧ କରିଥିଲେ। ଆଇନି ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଏସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଯେ, ପୋଲିସ କ୍ୟାମ୍ପସ ଭିତରେ ଏବଂ ବାହାରେ ଆଇନି ଶୃଙ୍ଖଳା ବଜାୟ ରଖିଛି।