Odisha Lense

“Trade Disputes Escalate: ଆମେରିକା ମଦ ଏବଂ କୃଷି ଉତ୍ପାଦ ଉପରେ 150% ଶୁଳ୍କ ଲଗାଇ ଭାରତକୁ ଟାର୍ଗେଟ କରିଛି”

"Trade Disputes Escalate: US Targets India with 150% Tariff on Alcohol and Agriculture Products"

ନୂଆଦିଲ୍ଲୀ, ୧୩|୩:  Trade disputes, ଆମେରିକା ମଦ ଉପରେ ୧୫୦% ଟିକସ ଲଗାଇଛି ଏବଂ କୃଷିଜାତ ସାମଗ୍ରୀରେ ୧୦୦% ଟିକସ ଭାରତ ଲଗାଉଥିବା ପ୍ରକାଶ ପାଇଛି। ଆମେରିକାର ଏକ ପାକ୍ଷିକ Trade (ବାଣିଜ୍ୟ) ନୀତି ସମଗ୍ର ବିଶ୍ୱକୁ ଓଲଟ ପାଲଟ କରିଦେଇଛି। ଏହାର ଆକ୍ରଣାତ୍ମକ ଅର୍ଥନୈତିକ ନୀତି ବିଶ୍ୱ ଅର୍ଥନୀତିରେ ବହୁତ ଗଭୀରକୁ ପ୍ରବେଶ କରିଛି ଏବଂ ଆମେରିକୀୟ ଅର୍ଥନୀତିର ବିପର୍ଯ୍ୟୟ ଘଟିବାର ଭୟ ମଧ୍ୟ ରହିଛି। କାନାଡା, ମେକ୍ସିକୋ ଏବଂ ଚୀନ୍, ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ଗୁଡ଼ିକ ଆମେରିକା ବାଣିଜିକ ଶିକାର ହେବାକୁ ଲାଗିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏପ୍ରିଲ 2 ତାରିଖରେ ଭାରତ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବାର ସମୟ ସୀମା ଶେଷ ହେବାକୁ ଆଉ ଗୋଟିଏ ମାସ ବାକି ଥିବାବେଳେ, ହ୍ୱାଇଟ୍ ହାଉସ୍ ଆମେରିକୀୟ ମଦ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ଲାଗୁ କରିବା ପାଇଁ ନୂଆଦିଲ୍ଲୀକୁ ସମାଲୋଚନା କରିଛନ୍ତି। ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରେସ୍ ସଚିବ କ୍ୟାଥରିନ ଲିଭିଟ୍ ପରାମର୍ଶ ଦେଇଛନ୍ତି ଯେ, ଆମେରିକୀୟ ସାମଗ୍ରୀ ଉପରେ ଭାରତୀୟ ଶୁଳ୍କ Trade (ବାଣିଜ୍ୟ) ପରିସ୍ଥିତିକୁ “ସହାୟତା କରୁନାହିଁ”।

ମଙ୍ଗଳବାର ଦିନ ହ୍ୱାଇଟ୍ ହାଉସ୍ ବିଭିନ୍ନ ରାଷ୍ଟ୍ର ଉପରେ ଲାଗୁ କରିଥିବା ଶୁଳ୍କ ବିଷୟରେ ଆଲୋଚନା କରିଥିଲେ, ବିଶେଷକରି ଭାରତ ବିଷୟରେ ଉଲ୍ଲେଖ କରିଥିଲେ ​​ଯେ, ସେ ଆମେରିକୀୟ ମଦ ଉପରେ 150 ପ୍ରତିଶତ ଏବଂ କୃଷି ଉତ୍ପାଦ ଉପରେ 100 ପ୍ରତିଶତ ଶୁଳ୍କ ଲଗାଉଛନ୍ତି।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଜୋର ଦେଇ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ସମ୍ପର୍କ ପାଇଁ ସମର୍ଥନ କରନ୍ତି ଏବଂ ସନ୍ତୁଳିତ ବାଣିଜ୍ୟ ଅଭ୍ୟାସ ଖୋଜନ୍ତି। ସେ କାନାଡାକୁ ଆହ୍ୱାନ ଦେଇ କହିଥିଲେ ଯେ, ଦେଶ ଦଶନ୍ଧି ଧରି ଆମେରିକା ଏବଂ ଆମେରିକୀୟ ମାନଙ୍କୁ ଠକି ଆସୁଛି।

Also Read: Mining Corruption 2025: ଓଡ଼ିଶା କ୍ରାଇମବ୍ରାଞ୍ଚ EOW ବିଜେଡି ନେତା ରାଜା ଚକ୍ରଙ୍କୁ କଲା ଗିରଫ

ଡେଡ଼ଲାଇନ୍ ପାଖେଇ ଆସୁଥିବା ରୁ ଭାରତ ମୁଣ୍ଡରେ ଖଣ୍ଡା ଝୁଲିଲା ଭଳି ସ୍ଥିତି ଉପୁଜୁଛି। ଯଦି କୌଣସି ସମାଧାନ ନ ମିଳେ, ତେବେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ସମାନ ବ୍ୟବହାର ପାଇବେ, ଯାହା ଫଳରେ ଭାରତର ରପ୍ତାନି ବଡ଼ ପରିମାଣରେ ପ୍ରଭାବିତ ହେବ। ଏହି ରିପୋର୍ଟ ଅନୁସାରେ, ଆମେରିକାର ଆମଦାନି ଶୁଳ୍କ ନୀତି ପ୍ରଭାବରେ ପ୍ରତି ବର୍ଷ ଭାରତ ରପ୍ତାନି ପାଇଁ ୬୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାର ଅନୁମାନ କରାଯାଉଛି।

ଇଣ୍ଡିଆ ରେଟିଙ୍ଗ୍‌ ଆଣ୍ଡ୍ ରିସର୍ଚ୍ ଅନୁଯାୟୀ, ଯଦି ଆମେରିକାକୁ ଭାରତର ରପ୍ତାନି ନିମ୍ନ ହୋଇଯିବ, ତେବେ ଭାରତର GDP ୦.୦୫% ରୁ ୧୦% ହ୍ରାସ ପାଇପାରେ।

ପୂର୍ବରୁ ଆମେରିକା କଂଗ୍ରେସର ଯୁଗ୍ମ  ଅଧିବେଶନରେ ଭାରତକୁ ନାଲି ଆଖି ଦେଖାଇଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଏପ୍ରିଲ ୨ରୁ, ଆମେରିକା ଆମଦାନି ଶୁଳ୍କ ପ୍ରୟୋଗ କରିବାକୁ କହିଥିଲେ। ଟ୍ରମ୍ପ କହିଥିଲେ, “ଭାରତ ଆମ ସହ ଶୁଳ୍କରେ ୧୦୦% ରୁ ଅଧିକ ବୃଦ୍ଧି କରିଛି।” ଏହାକୁ ଉଦାହରଣ ଦେଇ କହିଥିଲେ, “ଯେତେବେଳେ ଭାରତ ଆମେରିକା ପାଇଁ ବିକ୍ରୟ ଉପରେ ଏତେ ଶୁଳ୍କ ଲାଗାଉଛି, ତେବେ ଆମେ ସମାନ ଶୁଳ୍କ ଲାଗାଇବାକୁ ପ୍ରସ୍ତୁତ।” ସେହିପରି, ଆମେରିକାର ଅଟୋମୋବାଇଲ କ୍ଷେତ୍ର ଉପରେ ଭାରତର ୧୦୦% ରୁ ଅଧିକ ଆମଦାନି ଶୁଳ୍କ କ୍ଷେତ୍ରରେ ସେ କହିଥିଲେ, “ଏହା ଗ୍ରହଣୀୟ ନୁହେଁ।”

ବର୍ତ୍ତମାନ, ହ୍ୱାଇଟ୍ ହାଉସ୍ ପ୍ଲେସ୍ ସେକ୍ରେଟାରୀ କାରୋଲିନ୍ ଲିଭିଟ୍, ଭାରତର ଶୁଳ୍କକୁ ଆମେରିକୀୟ ମଦ ଏବଂ କୃଷିଜାତ ସାମଗ୍ରୀ ପ୍ରତି ଲକ୍ଷ୍ୟ କରି, ଭାରତ ଉପରେ ଆମେରିକାର ସମ୍ଭାବ୍ୟ ଶୁଳ୍କ ପ୍ରତ୍ୟାଖ୍ୟାନ କରୁଛନ୍ତି। କାରୋଲିନ୍ କହିଥିଲେ, “ରାଷ୍ଟ୍ରପତି ଟ୍ରମ୍ପ ଯେସାକୁ ତେସା ଶୁଳ୍କ ପ୍ରଣାଳୀକୁ ସମର୍ଥନ କରୁଛନ୍ତି, ଏବଂ ସେ ସ୍ଵଚ୍ଛ ଓ ସନ୍ତୁଳିତ ବାଣିଜ୍ୟିକ କାରବାରକୁ ପ୍ରାଥମିକତା ଦେଉଛନ୍ତି।” ସେହିପରି, ଆମେରିକୀୟ ବ୍ୟବସାୟ ଏବଂ କର୍ମଚାରୀଙ୍କ ସ୍ବାର୍ଥକୁ ଆଗକୁ ରଖି ପ୍ରଥମିକତା ଦେଉଛନ୍ତି।

କାରୋଲିନ୍, ଏହି ଅବସରରେ ଭାରତ ଏବଂ ଜାପାନ ଦ୍ୱାରା ଆମେରିକୀୟ ଉତ୍ପାଦଗୁଡ଼ିକୁ ଲାଗୁ କରାଯାଇଥିବା ଶୁଳ୍କ ସମ୍ବନ୍ଧୀୟ ଏକ ଚର୍ଚ୍ଚା କରିଥିଲେ। ସେ କହିଥିଲେ, “କେବଳ କାନାଡା ନୁହେଁ, ଏହା ସହିତ ଭାରତ ମଧ୍ୟ ଆମେରିକା ପ୍ରତି ଶୁଳ୍କ ବୃଦ୍ଧି କରିଛି।” ଉଦାହରଣ ଦେଇ, ସେ କହିଥିଲେ, “ଯେତେବେଳେ କାନାଡା ଆମେରିକୀୟ ଚିଜ ଏବଂ ବଟରରେ ୩୦୦% ଶୁଳ୍କ ଲାଗାଉଛି, ଭାରତ ଆମେରିକୀୟ ମଦ ଉପରେ ୧୫୦% ଶୁଳ୍କ ଲଗାଇଛି।” ସେହିପରି, ଆମେରିକୀୟ କୃଷି ସାମଗ୍ରୀ ଉପରେ ଭାରତର ୧୦୦% ଟିକସ, “ଏହା ଯୁକ୍ତିଯୁକ୍ତ ନୁହେଁ।”

ସୂଚନାନୁସାରେ, ଟ୍ରମ୍ପଙ୍କ ଅସାବଧାନ ଆର୍ଥିକ ନୀତି ଯୋଗୁଁ, ଅର୍ଥନୈତିକ ବିଶେଷଜ୍ଞମାନେ ଏବେ ଭବିଷ୍ୟବାଣୀ କରୁଛନ୍ତି ଯେ ଆମେରିକା ମାନ୍ଦାବସ୍ଥାର ସମ୍ମୁଖୀନ ହେବ। ସେମାନେ ଏହାକୁ ‘ଟ୍ରମ୍ପସେସନ୍’ ବୋଲି ସମ୍ବୋଧନ କରୁଛନ୍ତି। ଏହି କାରଣରୁ, ଅନେକ ଲୋକ ଭୟ କରୁଛନ୍ତି ଯେ ଆମେରିକା ଆଗକୁ ବିଶ୍ୱ ବଜାରରେ ଏକ ବଡ଼ ଧରଣର ଅସ୍ଥିରତା ଦେଖାଇବ।

Exit mobile version