IND vs BAN: ଗୁରୁବାର ଦିନ ଦୁବାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ICC ଚାମ୍ପିଅନ୍ସ ଟ୍ରଫି 2025 ମ୍ୟାଚ୍ ପାଇଁ ପୂର୍ବାନୁମାନ କରାଯାଇଥିବା ପ୍ଲେଇଂ ଇଲେଭେନ, ଫ୍ୟାଣ୍ଟାସି ଦଳ ଏବଂ ସମ୍ପୂର୍ଣ୍ଣ ବିବରଣୀ ପାଆନ୍ତୁ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତୁତ। ଉଭୟ ଦଳ ପଡିଆକୁ ନିଜର ଅନନ୍ୟ ସ୍ୱଭାବ ଆଣିଛନ୍ତି, ଭାରତ ଏକ ଅଭିଜ୍ଞ ଶକ୍ତିଶାଳୀ ଏବଂ ବାଂଲାଦେଶ ଏକ ମହାନ ପ୍ରତିଦ୍ବନ୍ଦୀ ଭାବରେ ଉଭା ହୋଇଛି।
ଆଜି ଭାରତ ଦୁବାଇର ଇଣ୍ଟେରନାସନାଲ ଷ୍ଟାଡିୟମ୍ ରେ ବାଂଲାଦେଶ ବିପକ୍ଷରେ ତା’ର ଚାମ୍ପିଅନ୍ସ ଟ୍ରଫି 2025 ର ଯାତ୍ରା ଆରମ୍ଭ କରିବ। ଭାରତ ବନାମ ଇଂଲଣ୍ଡ ଘରୋଇ ସିରିଜ ରେ ଭାରତ ୩-୦ ରେ ଏକ ଐତିହାସିକ ବିଜୟ ସହ ଚାମ୍ପିଅନ୍ସ ଟ୍ରଫିରେ ପାଦ ଦେବାକୁ ଯାଉଛି, ଅନ୍ୟପକ୍ଷେ ବାଂଲାଦେଶ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୱେଷ୍ଟଇଣ୍ଡିଜ ଠାରୁ ୩-୦ ରେ ପରାସ୍ତ ହେଲେ ମଧ୍ୟ, ମୁଶଫିକୁର ରହୀମ, ମେହିଡି ହାସନ ମିରାଜଙ୍କ ପରି ଖେଳାଳିଙ୍କ ନେତୃତ୍ୱରେ ବାଂଲାଦେଶ ଭାରତକୁ ବିଚଳିତ କରିବାର ସମ୍ଭାବନା ରହିଛି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଅପରାହ୍ନ ୨:୩୦ ସମୟରେ ବାଂଲାଦେଶ ବିପକ୍ଷରେ ଏକ ଉଚ୍ଚସ୍ତରୀୟ ମ୍ୟାଚ ସହିତ ଚାମ୍ପିଅନ୍ସ ଟ୍ରଫି 2025 ର ଅଭିଯାନ ଆରମ୍ଭ କରିବ। ଗତ କିଛି ମାସ ମଧ୍ୟରେ ବହୁତ ନିରାଶଜନକ ଫଳାଫଳ ପରେ, ରୋହିତ ଏବଂ ମୁଖ୍ୟ ପ୍ରତିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ ଚାପ ରହିଛି। ତା’ ସହିତ ଦଳ ଚୟନ ବିତର୍କ ସୃଷ୍ଟି କରିଛି। ଯେଉଁଥିରେ ଭାରତ ପାଞ୍ଚ ସ୍ପିନରଙ୍କୁ ସାମିଲ କରିଛି, ଏବଂ ଫର୍ମରେ ଥିବା ଯୁବ ପ୍ରତିଭା ଯଶସ୍ୱୀ ଜୟସୱାଲଙ୍କୁ ବାଦ୍ ଦେଇଛି।
ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁବମନ ଗିଲ ଇନିଂସରେ ଓପନ କରିବାର ସମ୍ଭାବନା ରହିଛି। ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ତାଙ୍କ ଖରାପ ପଦର୍ଶନ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି, ଏବଂ ସମସ୍ତଙ୍କର ନଜର ଏହି ଅଭିଜ୍ଞ ଖେଳାଳିଙ୍କ ଉପରେ ରହିବ କାରଣ ସେମାନେ ତାଙ୍କର ଫର୍ମକୁ ପୁନଃ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିବେ। ବିରାଟ କୋହଲି ତାଙ୍କ ପସନ୍ଦର ନମ୍ବର ୩ ସ୍ଥାନରେ ବ୍ୟାଟିଂ କରିବେ ଘରୋଇ କ୍ରିକେଟରେ ଅସାଧାରଣ ଫର୍ମରେ ଥିବା ଶ୍ରେୟସ ଆୟାର ୪ ନମ୍ବରରେ ସ୍ଥାନ ପାଇବାର ଆଶା କରାଯାଉଛି। ଯେତେବେଳେ ୱିକେଟ୍ କିପର ଭୁମିକା ପାଇଁ କେଏଲ ରାହୁଲଙ୍କୁ ରିଷଭ ପନ୍ତଙ୍କ ଅପେକ୍ଷା ଅଧିକ ପସନ୍ଦ କରାଯାଉଛି। ଉଭୟଙ୍କ ମଧ୍ୟରେ ଚୟନ ବିତର୍କ ସୃଷ୍ଟି କରିଥିଲେ ମଧ୍ୟ, ବ୍ୟାଟ ସହିତ ରାହୁଲଙ୍କ ନିର୍ଭରଯୋଗ୍ୟତା ତାଙ୍କୁ ବାଂଲାଦେଶ ବିପକ୍ଷରେ ରାହୁଲଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି।
ଅଲରାଉଣ୍ଡର ବିଭାଗରେ ହାର୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ ଏବଂ ରବୀନ୍ଦ୍ର ଜାଡେଜା- ତିନି ଜଣ ବଡ ଖେଳାଳିଙ୍କୁ ସ୍ଥାନ ମିଳିଛି। ଯାହା ନିମ୍ନ ମଧ୍ୟକ୍ରମକୁ ମଜଭୁତ କରିବ। ବୋଲିଂ ବିଭାଗକୁ ଆସିଲେ କୁଲଦୀପ ୟାଦବ ତୃତୀୟ ସ୍ପିନର ଭାବରେ ଖେଳିବେ, ବୋଲି ଆଶା କରାଯାଇଛି। ଏବଂ ମହମ୍ମଦ ଶମି ଏବଂ ଅର୍ଶଦୀପ ସିଂହ ବିଶେଷ ପେସ ବୋଲିଂ ବିକଳ୍ପ ହେବେ।
INDIA PREDICTED PLAYING XI
Rohit Sharma (c), Shubman Gill (vc), Virat Kohli, Shreyas Iyer, KL Rahul (wk), Hardik Pandya, Axar Patel, Ravindra Jadeja, Mohammed Shami, Kuldeep Yadav, Harshit Rana.
BANGLADESH PREDICTED PLAYING XI
Tanzid Hasan, Soumya Sarkar, Najmul Hossain Shanto(c), Towhid Hridoy, Mushfiqur Rahim (wk), Mehidy Hasan Miraz, jaker Ali, Rishad Hossain, Tanzim HasanSakib, Taskin Ahmed, Mustafizur Rahman.
MOST RUN IN IND vs BAN ODIs
Player | Innings | Runs | Average | Strike Rate | Highest Scor |
Virat Kohli(IND) | 16 | 910 | 75.83 | 101.78 | 136 |
Rohit Sharma (IND) | 17 | 786 | 56.14 | 97.27 | 185 |
Shakib AI Hasan (BAN) | 21 | 751 | 37.55 | 83.35 | 85 |
MOST WICKETS IN IND vs BAN ODIs
Player | Innings | Wickets | Avreage | Economy | BBI |
Shakib AI Hasan (BAN) | 22 | 29 | 32.65 | 4.87 | 5\36 |
Mustafizur Rahman(BAN) | 12 | 25 | 21.88 | 5.34 | 6\43 |
Mashrafe Mortaza (BAN) | 20 | 23 | 37.04 | 5.09 | 4\38 |