ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ କଡ ହୋଟେଲରେ ମଟନ ନାଁରେ ବିକ୍ରି ହେଉଛି ଗୋମାଂସ (Beef)। ସାକ୍ଷୀ ଗୋପାଳ ନିକଟସ୍ଥ Jaya Hotel ସିଲ କଲା ପ୍ରଶାସନ।
ଭୁବନେଶ୍ୱର ୦୮|୩: ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ସତ୍ୟବାଦୀରେ NH-216 ଥିବା Jaya Hotel କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ହୋଟେଲଟି ମଟନ୍ ନାଁରେ ଗୋମାଂସ (beef) ପରସୁ ଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ‘Jaya’ ନାମକ ହୋଟେଲ ମଟନ୍ ଡିସ୍ ପାଇଁ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଥିଲା। କିନ୍ତୁ ଏବେ ଅଭିଯୋଗ ଆସୁଛି ଯେ, ଏଠାରେ ମଟନ୍ ନାଁରେ ଗୋମାଂସ (beef) ଦିଆଯାଉଛି। ଏହା ମଧ୍ୟ ଦାବି କରାଯାଇଥିଲା ଯେ ରାନ୍ଧିବା ପୂର୍ବରୁ ମଟନ୍ରେ ଗୋମାଂସ (beef) ଚର୍ବି ମଧ୍ୟ ମିଶାଯାଇଥିଲା।
ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତି ଭିଡିଓରେ କହିଥିଲେ ଯେ, ଜାତୀୟ ରାଜପଥ -216 ନିକଟରେ ଅବସ୍ଥିତ ଅନେକ ହୋଟେଲକୁ ଗୋମାଂସ (beef) ଯୋଗାଇ ଦିଆଯାଉଛି। ଏହି ବ୍ୟକ୍ତି ଗୋରୁ ଚାଲାଣ ବିରୋଧ ଅପରେସନ୍ ବେଳେ ପାଟ୍ରୋଲିଂ ଦଳ ଦ୍ୱାରା ଧରାପଡିଥିଲେ। ସେ ବିଶେଷ ଭାବରେ ପୋଲିସ୍ ଷ୍ଟେସନ ଅଧୀନରେ ଥିବା ଏକ ହୋଟେଲର ନାମ ନେଇଥିଲେ ଯେଉଁଠାରେ ଛେଳି ମାଂସ (ମଟନ୍) ରୁ ପ୍ରସ୍ତୁତ ଖାଦ୍ୟ ପାଇଁ ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ବେଶ୍ ପ୍ରସିଦ୍ଧ।
ଭିଡିଓ ରେ ବୟାନ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପିନ୍ଟୁ ଓରଫ ମୀର ସୟଦ ଅଲ୍ଲୀ ଘର – ଅହମ୍ମଦ ପୁର, ସତ୍ୟବାଦୀ, ପୁରୀ। ତା ବୟାନ ରୁ ସ୍ପଷ୍ଟ ଜଣାପଡୁଥିଲା ଯେ, ପୁରୀ ଜିଲ୍ଲାରେ ବେଧଡକ ଭାବେ ଚାଲିଛି ବେଆଇନ ଗୋ ଚାଲାଣ। ବ୍ରହ୍ମଗିରି-ପୁରୀ ସଦର ଶୁକ୍ଳ ଦେଇ ସତ୍ୟବାଦୀକୁ ଗୋରୁ ନିଅନ୍ତି ମାଫିଆ। ସତ୍ୟବାଦୀ ଅହମ୍ମଦ ପୁର ଅଞ୍ଚଳରେ ଗୋ ହତ୍ୟା କରି ବିକ୍ରି କରନ୍ତି ମାଫିଆ। ଆଉ ମଟନ ନାଁରେ ଗୋମାଂସ (beef) ପରସା ଯାଏ, ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ କଡରେ ଥିବା ବିଭିନ୍ନ ହୋଟେଲ ମାନଙ୍କରେ।
Also Read: Odisha Temperature: 2025 ମସିହାରେ ପ୍ରଥମ ଥର ପାଇଁ ଓଡିଶା ତାପମାତ୍ରା 40° ଛୁଇଁଲା
ଗୋ ଚାଲାଣ ବେଳେ ଲୋକଙ୍କ ହାତରେ ଧାରା ପଡିବା ପରେ ସତ ଓଗାଳିଛି ପିନ୍ଟୁ, ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଆକ୍ସନ ମୋଡ଼ କୁ ଆସିଛି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ। ପିନ୍ଟୁ ଭିଡିଓ ରେ ଯେଉଁ Jaya Hotel ର ନାମ ନେଇଛି ତାକୁ ସିଲ କରିଛି ପୋଲିସ ଏବଂ ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ।
ସତ୍ୟବାଦୀ ଥାନା ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛି ପିନ୍ଟୁ, ଗୋଚାଲାଣ କାରୀଙ୍କଠୁ ମାସକୁ 50 ରୁ 70 ହଜାର ଟଙ୍କା ବଟି ନେଇ ବଦଳରେ ଦେଇଥାଏ ସୁରକ୍ଷା। ଅଭିଯୋଗ ପରେ ସତ୍ୟବାଦୀ ପୋଲିସ ଷ୍ଟେସନ ର ସବଇନିସ୍ପେକ୍ଟର ପ୍ରିତମା ପ୍ରଧାନଙ୍କୁ ହେଡ଼କ୍ୱାଟର କୁ ବଦଳି କରାଯାଇଛି।
ଯେହେତୁ ଏହା ଧାର୍ମିକ ଭାବନା ସହିତ ଜଡିତ, ତେଣୁ ହୋଟେଲକୁ ସିଲ୍ କରାଯାଇଛି। ଜିଲ୍ଲା କଲେକ୍ଟର ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ, ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହୋଟେଲକୁ ସିଲ୍ କରିଛି। ହୋଟେଲରେ ମଟନ୍ ନାମରେ ଗୋମାଂସ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଥିଲା, ଯାହା ଦଙ୍ଗାକୁ ପ୍ରୋତ୍ସାହିତ କରିଥିଲା। ରାଜପଥ କଡ଼ରେ ଅବସ୍ଥିତ ଏହି ହୋଟେଲ ମଟନ କୁ ନେଇ ଏକ ଲୋକପ୍ରିୟ ହୋଟେଲ ଥିଲା ଏବଂ ଅଭିଯୋଗ ଆସିବା ପରେ ତୁରନ୍ତ ଏହାକୁ ସିଲ୍ କରାଯାଇଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀ ମନ୍ଦିର ସିଂହଦ୍ୱାର ସାମ୍ନାରୁ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରି ପୁରୀ ଏସପି ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛି ବଜରଙ୍ଗ ଦଳ। ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି, ଗୋ ମାତା ସୁରକ୍ଷା ଆଇନ କଡାକଡି ପାଳନ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି।